31.1 C
Bhubaneswar
Friday, March 29, 2024
Homeଓଡିଶାସଂଗରୋଧ କେନ୍ଦ୍ରରେ ମିଳୁଛି ପୋକରା ଭାତ

ସଂଗରୋଧ କେନ୍ଦ୍ରରେ ମିଳୁଛି ପୋକରା ଭାତ

ନବରଙ୍ଗପୁର : ସଂଗରୋଧ କେନ୍ଦ୍ରରେ ପୋକରା ଭାତ ମିଳୁଥିବା ଅଭିଯୋଗ ଆସିଛି । ମଙ୍ଗଳବାର ରାତିରେ ଦିଆଯାଇଥିବା ରାତ୍ରିଭୋଜନକୁ ସମସ୍ତେ ବର୍ଜନ କରିଥିବା ଅଭିଯୋଗ କରିଛନ୍ତି ଏକାନ୍ତବାସ କେନ୍ଦ୍ରରେ ଥିବା ଅନ୍ତେବାସୀ । ବହୁ ଏକାନ୍ତବାସ କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ପ୍ରକଳ୍ପ ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଦ୍ୟପେୟକୁ ନେଇ । ପ୍ରବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ସାଲୁବାଲୁ ହେଉଛନ୍ତି । ଏନେଇ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଉକ୍ତ କେନ୍ଦ୍ରରେ ମଙ୍ଗଳବାର ରାତିରେ ଦିଆଯାଉଥିବା ଭାତରେ ପୋକ ସାଲୁବାଲୁ, ଡାଲି କଥା ନକହିବା ଭଲ ବୋଲି ଅଭିଯୋଗ କରିଛନ୍ତି ସଂଗରୋଧ କେନ୍ଦ୍ରର ରହୁଥିବା ଲୋକେ । ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ-୪୨, ମହିଳା-୩୧ ଓ ୧୪ବର୍ଷରୁ କମ୍ ୭ଜଣ ରହିଛନ୍ତି । ବହୁ ଯୁବତୀ ରହୁଥିବାରୁ ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଗାଡ଼ୁଆ ସ୍ଥାନ ନଥିବା ଅଭିଯୋଗ ହୋଇଛି । ମହିଳାମାନେ ଖୋଲା ସ୍ଥାନରେ ଗାଧୋଇବା ସମୟରେ ପୁରୁଷମାନେ ସେହିବାଟ ଦେଇ ଯିବାଆସିବା କରୁଛନ୍ତି । ଲାଜରେ ସେମାନେ କିଛି କହିପାରୁନାହାନ୍ତି । ଶୌଚାଳୟ ରହିଛି, କିନ୍ତୁ ତାହା ସଫା ହେଉନଥିବାରୁ ମହିଳା ଓ ପୁରୁଷମାନେ ପାଚେରି ବାହାରକୁ ଯାଇ ମୁକ୍ତାକାଶ ଶୌଚାଳୟ ବ୍ୟବହାର କରୁଥିବା ପ୍ରବାସୀମାନେ କହିଛନ୍ତି । କୌଣସ ଅଘଟଣ ଘଟିବା ପୂର୍ବରୁ ଉକ୍ତ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ନିରାପତ୍ତା ଯୋଗାଇଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking