30.1 C
Bhubaneswar
Wednesday, April 24, 2024
Homeଅପରାଧଶିଶୁପୁତ୍ରକୁ ଫେରିପାଇବା ଆଶାରେ ଥାନାରେ ଦ୍ୱାରସ୍ଥ ହେଲା ମା’

ଶିଶୁପୁତ୍ରକୁ ଫେରିପାଇବା ଆଶାରେ ଥାନାରେ ଦ୍ୱାରସ୍ଥ ହେଲା ମା’

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କେଲାପଦର ପଞ୍ଚାୟତର ଗାଇବନ୍ଧା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ୨୦ଦିନର ଶିଶୁପୁତ୍ରକୁ ଜନ୍ମକଲା ମା’କୋଳରୁ ଛଡ଼େଇନେଇ ବାପା କେଉଁଠାକୁ ଚାଲିଯାଇଛି । ଘଟଣାର ୨୪ ଘଣ୍ଟା ପୁରାଯାଇଥିବା ବେଳେ ନବଜାତ ଶିଶୁପୁତ୍ରଟି ଜୀବିତ ନାଁ ମୃତ ଏଭଳି ଅନେକ ଦୁଃଶ୍ଚିନ୍ତାରେ ଶେଷରେ ଅସହାୟ ମା’ ଆଜି ଝରିଗାଁ ଥାନାର ଦ୍ୱାରସ୍ଥ ହୋଇଛି ନିଜ ଶିଶୁପୁତ୍ରକୁ ଫେରିପାଇବା ଆଶାରେ ।
ସୂଚନା ଅନୁଯାୟୀ, ଚକଲାପଦର ପଞ୍ଚାୟତର ବାଘଡ଼ଙ୍ଗରୀ ଗ୍ରାମର କମାଏ ପୂଜାରୀ(୨୦)’ଏବଂ ଗାଇବନ୍ଧା ଗ୍ରାମର ବାସୁଦେବା ଜାନୀ ପରସ୍ପରକୁ ଭଲପାଇଥିଲେ । ତେବେ ବିବାହପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ ଯୋଗୁଁ କମାଏ ଗର୍ଭବତୀ ଥିଲେ । ଗାଁ’ରେ ସାମାଜିକ ବୈଠକ ପରେ ଉଭୟଙ୍କ ବିବାହ ହୋଇଥିଲା । ଏହାପରେ ଚଳିତମାସ ୧୦ତାରିଖରେ କମାଏ ଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲା । ତେବେ କିଛିଦିନ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବାବେଳେ ଗତକାଲି ରାତିରେ ମନୋମାଳିନ୍ୟ ହେତୁ କମାଏ କୋଳରୁ ବାସୁଦେବ ଶିଶୁପୁତ୍ରକୁ ଛଡ଼େଇନେଇ ଘରୁବାହାରକୁ ଚାଲିଯାଇଥିଲା । ତେବେ କିଛି ଘଣ୍ଟା ବିଳମ୍ବ ପରେ ବି ବାସୁଦେବ ଘରକୁ ନଫେରିବାରୁ ପରିବାର ସଦସ୍ୟ ଅନେକ ଖୋଜାଖୋଜି ପରେ ବି ଶିଶୁପୁତ୍ରକୁ ପାଇନଥିଲେ । ଆଜି ପଡ଼ୋଶୀ ଗ୍ରାମରେ ମଧ୍ୟ ଖୋଜାଖୋଜି କରି ନିରାଶ ହୋଇଥିଲେ ପରିବାର ସଦସ୍ୟ । ତେଣୁ ମା’କମାଏ ଶିଶୁପୁତ୍ରଟି ମା’ଠାରୁ ଦୂରେଇ ରହି ଭୋକରେ କିଭଳି ରହିଥିବ ସେ ଚିନ୍ତାରେ ପରିବାର ସଦସ୍ୟ ଶେଷରେ ଆଜି ଅପରାହ୍ନରେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ନେଇ ଥାନାଧିକାରୀ ଉମେଶ ସାହୁ ଅଭିଯୋଗ ପାଇବା ପରେ ଶିଶୁଟିକୁ ଖୋଜିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ଶିଶୁପୁତ୍ରକୁ ଖୋଜି ମା’କୋଳରେ ଛଡ଼ାଯିବାର ନିର୍ଭର ପ୍ରତିଶ୍ରୁତି ପାଇଁ ମା’ଟି ଘରକୁ ଫେରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking