34.1 C
Bhubaneswar
Friday, March 29, 2024
Homeକରୋନାଖାଡ଼େଙ୍ଗା ଗାଁ’ରେ ପଶିଲା କରୋନା

ଖାଡ଼େଙ୍ଗା ଗାଁ’ରେ ପଶିଲା କରୋନା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଖାଡ଼େଙ୍ଗା ଗ୍ରାମରେ ପଶିଛି କରୋନା ସଂକ୍ରମଣ । ସଂକ୍ରମଣ ଉତ୍ପତ୍ତିସ୍ଥଳ ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡ଼ା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର । ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତ ହୋଇଥିବା ପ୍ରବାସୀ ଖାଡ଼େଙ୍ଗା ଗ୍ରାମର ସଂଗରୋଧ ଅବଧି ଶେଷ ହେବା ପରେ ଘରେ ରହୁଥିଲେ । ବାହାରେ ବୁଲାବୁଲି କରୁଥିଲେ । ପରବର୍ତ୍ତୀ ଅବସ୍ଥାରେ ପଜିଟିଭି ଚିହ୍ନଟ ପରେ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଭଣ୍ଡାରୀଗୁଡ଼ା ଟିଏମ୍‌ସି ପାଲଟିଛି ସୁପରସ୍ପ୍ରେଡ୍‌ର କାରଣ । ସେଠାରେ ରହୁଥିବା ପ୍ରବାସୀଙ୍କର ସଂଗରୋଧ ସମୟ ଶେଷ ହେବା ପରେ ସମସ୍ତେ ଘରକୁ ଆସି ବୁଲାବୁଲି କରିଥିଲେ । ସମସ୍ତଙ୍କର କଣ୍ଟ୍ରାକ୍ଟ୍ ଟ୍ରେସିଂ କରି ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ବର୍ତ୍ତମାନ ପଜିଟିଭ୍ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି । ଆଶାତୀତ ଭାବେ ବଢ଼ି ଏବେ ଖାଡ଼େଙ୍ଗା ଗ୍ରାମର ୧୪ ପରିବାର ମଧ୍ୟରୁ ୩୧ଜଣ ସଂକ୍ରମିତ ହୋଇସାରିଛନ୍ତି । ସେହି ୩୧ଜଣ ମଧ୍ୟ ଗ୍ରାମରେ ସମସ୍ତଙ୍କ ସହ ମିଶାମିଶି କରିଛନ୍ତି । ସେମାନଙ୍କ ମଧ୍ୟ ୧୫ରୁ ଅଧିକ ରାଇଘର ବଜାରକୁ ଆସି ବୁଲାବୁଲି କରିଛନ୍ତି । ସେହି ଗ୍ରାମରେ ୧୦୫୧ ଜଣ ଲୋକ ରହିଛନ୍ତି, ଉକ୍ତ ଗାଁକୁ କଣ୍ଟେନମେଣ୍ଟ୍ ଜୋନ କରାଯାଇ ମଙ୍ଗଳବାର ସ୍ୱାବ ସଂଗ୍ରହ କରାଯାଉଛି । ଏହା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇପଡ଼ିଛି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୩୫ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିରୁ ୯୩ଜଣ ସୁସ୍ଥ ହୋଇ ଘରୁ ଫେରିଛନ୍ତି । ତେବେ କରୋନା ଭୂତାଣୁ ଆଗକୁ ଆହୁରି ଭୟଙ୍କର ହେବାକୁ ଯାଉଛି । ମହାମାରୀ କରୋନା ନେଇ ଯଦି ଜିଲ୍ଲାବାସୀ କଟକଣା ନମାନିଲେ ବିସ୍ଫୋରକ ମୋଡ଼ ନେବ କରୋନା ସ୍ଥିତି । ନିଜ ସୁରକ୍ଷାକୁ ନିଜ ହାତରେ ନରଖିଲେ ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ହୋଇଛି । ଏ ସମ୍ପର୍କରେ ରାଇଘର ତହସିଲଦାର୍ ତୁଷାରଜ୍ୟୋତି ରଞ୍ଜନ କହିଛନ୍ତି । ବର୍ତ୍ତମାନ ଖାଡ଼େଙ୍ଗା ଗ୍ରାମର ସମସ୍ତ ଲୋକଙ୍କର କଣ୍ଟ୍ରାକ୍ଟ୍ ଟ୍ରେସିଂ କରି ସେମାନଙ୍କର ପରିବାର ସଦସ୍ୟ ଓ ସେମାନେ ଯାହାଙ୍କ କଣ୍ଟ୍ରାକ୍ଟ୍‌ରେ ଆସିଛନ୍ତି ସମସ୍ତଙ୍କର ସ୍ୱାବ୍ ସଂଗ୍ରହ କରାଯାଉଛି ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking