32.1 C
Bhubaneswar
Thursday, March 28, 2024
Homeଓଡିଶାନିଆରା ପରମ୍ପରା, ନଵ କୁଆଁରୀ ପୂଜା

ନିଆରା ପରମ୍ପରା, ନଵ କୁଆଁରୀ ପୂଜା

ଉଦଳା : ଆଜି ଦୁନିଆରେ ଝିଅ ଜନ୍ମକୁ ଵାପା ମା’ମାନେ ଅଭିଶାପ ଭାଵି କନ୍ୟା ଭୃଣକୁ ମା’ ପେଟରୁ ମାରି ଦିଆଯାଉଛି । ସରକାର ଯେତେ କଟକଣା କଲେ ମଧ୍ୟ ନାରୀ ନିର୍ଯ୍ୟାତନାର ପୃଷ୍ଠା ବଢି ଵଢି ଚିଲିଛି କେଉଁଠି ଵାଲ୍ଯ ଵିଵାହ କରାଇ ମାତୃ ମୃତ୍ୟୁ ହାର ଵଢୁଛି ତ ଆଉ କୋଉଠି ନାଁ ଵାଳିକା ଝିଅ ଅସଦାଚରଣର ଶୀକାର ହେଉଛି । ଏସଵୁର ମୂଳ କାରଣ ଆମମାନଙ୍କର ମାନସିକତା ନାରୀ ଏକ ଭୋଗ ସାମଗ୍ରୀ ଭାଵି କେଵଳ ଭୋଗ କରିଵାର ମାନସିକତା ଆଜି ସମାଜର ଚିତ୍ର ଵଦଳାଇ ଦେଉଛି । ନାରୀ ନାରାୟଣୀ, ନାରୀ ମହିଷା ମର୍ଦ୍ଦିନୀ, ନାରୀ କାଳୀ, କାପ୍ତାୟନୀ ନାରୀ ଉଗ୍ରଚଣ୍ଡୀ ନାରୀ ଜନନୀ ଭଗିନୀ ଜାୟା,ନାରୀ ଵିନା ଏ ସୃଷ୍ଟି ଅସମ୍ଭବ, ଏସଵୁ ଜାଣିବା ପରେ ମଧ୍ୟ ମଣିଷ ଭୂଲ କରୁଛି, ତାର ମୁଖ୍ୟ କାରଣ ହେଉଛି ପୂର୍ବ ପରମ୍ପରା ଭୂଲିଯାଇ ପାଶ୍ଚାତ୍ୟ ସଭ୍ଯତା ଆପଣାଇ ମଣିଷରୁ ରାକ୍ଷସ ସାଜୁଛି ମହାମାରି କୋରନା ସମୟରେ ଆମେରିକା ଭଳି ଦେସ ଯେତେଵେଳେ ଭାରତୀୟ ପରମ୍ପରାକୁ ସମ୍ମାନ ଦେଇ ଆପଣେଇନେଇଛି ସେତେଵେଳେ ଭାରତୀୟ ଚିନ୍ତା କରିଵାର କଥା ଯେ ଭାରତୀୟ ପରମ୍ପରା କେତେ ମହାନ । ସେହି ଭାରତୀୟ ପରମ୍ପରାକୁ ନେଇ ଆଜି ପଵିତ୍ର ମହାନଵମୀରେ ଦେଖିଵା ଏକ ନିଆରା ପର୍ବ ନଵ କୁଆଁରୀ । କପ୍ତିପଦା ଵ୍ଲକ ଵଡ ଖଲାଡି ଗ୍ରାମର ମା’ଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଧାଡିହୋଇ ଵସିଛନ୍ତି ୯ ଗୋଟି କୁନି ଝିଅ, ତାଙ୍କୁ ଵିଭିନ୍ନ ପ୍ରକାରର ଗହଣାରେ ସଜାଇ ଦେଉଛନ୍ତି ମା’ ମାନେ ତାପରେ ବନ୍ଦାପନା କରି ପ୍ରଣାମ କରୁଛନ୍ତି, ଭୋଜନ କରିଵାକୁ ଦେଉଛନ୍ତି, ଶେଷରେ ଵିଭିନ୍ନ ପ୍ରକାର ଉପହାର ଦେଉଛନ୍ତି, ଏ ହେଉଛି ମା’ ଗୈରୀଙ୍କ ପୂଜା, ୮ବର୍ଷରୁ କମ ୯ଜଣ ନାଁଵାଳିକା ଝିଅଙ୍କୁ ଗୈରି ଵେଶରେ ସଜାଇ ପୂଜାର୍ଚ୍ଚନା କରୁଛନ୍ତି । ଏପୂଜାର ପରମ୍ପରା ହେଉଛି ମା’ର ପୂଜା ଏହି ପୂଜାରେ କୁନିକୁନି ଝିଅଙ୍କୁ ମା’ଙ୍କର ଅଵତାର ଵୋଲି ଧରାଯାଏ। ଏହି ସମୟରେ ପିଲାମାନଙ୍କ ଦେହରେ ମା’ ଗୈରୀଙ୍କର ଶକ୍ତି ଥାଏ, ଏହି ପିଲାମାନଙ୍କୁ ପୂଜାର୍ଚ୍ଚନା କରିଵା ଦ୍ଵାରା ମା’ଙ୍କର ଆଶିର୍ବାଦ ମିଳେ । ଏହି ଛୋଟ ଝିଅମାନଙ୍କୁ ପୂଜା କରିବା ଦ୍ବାରା ମନରେ ପାପ ଭାଵନା ନଷ୍ଟ ହୋଇ ଭକ୍ତି ଭାବ ଜାଗ୍ରତ ହୁଏ । ଯାହା ଫଳରେ କୈଣସି ଖରାପ ଚିନ୍ତା ଧାରା ମନକୁ ଛୁଇଁ ପାରେନାହିଁ, ମନରେ ମା ମନୋଭାଵ ଆସିଵା ଯୋଗୁଁ ମା କୁ ସମ୍ମାନ ମିଳେ ଏ ହେଉଛି ଭାରତୀୟ ଚିନ୍ତନ ପରମ୍ପରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking