34.1 C
Bhubaneswar
Friday, March 29, 2024
Homeଓଡିଶାରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ସହ ନରସିଂହଙ୍କ ଆଲୋଚନା ପିଜି ବିଭାଗ ଓ ପ୍ରଫେସର ପଦବୀ...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୂଳପତିଙ୍କ ସହ ନରସିଂହଙ୍କ ଆଲୋଚନା ପିଜି ବିଭାଗ ଓ ପ୍ରଫେସର ପଦବୀ ପୁରଣ ଉପରେ ଗୁରୁତ୍ୱ

ବଲାଙ୍ଗିର,- ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗର ଡାକ ବଙ୍ଗଲା ଠାରେ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ୱ ନେଇଥିବା ପ୍ରଫେସର ଦିପକ କୁମାର ବେହେରାଙ୍କ ମଧ୍ୟରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଷୟ ଉପରେ ବିଷଦ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ବିଶେଷ କରି ଅଧ୍ୟାପନା ପାଇଁ ଦରକାର ହେଉଥିବା ସମସ୍ତ ପ୍ରଫେସର ପଦବୀ ପୁରଣ, ଏକାଡେମିକ୍ କାଉନସିଲର ନିର୍ମାଣ, ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ଉପରେ ସବିଶେଷ ଆଲୋଚନା ହୋଇଥିଲା । ଆହୁରି ମଧ୍ୟ ବର୍ତ୍ତମାନ ଚାଲିଥିବା ୧୩ଟି ପୋଷ୍ଟ ଗ୍ରାଜୁଏଟ୍ ବିଷୟବସ୍ତୁ ବାହାରେ ଆଉ ପାଞ୍ଚ ଛଅ ଟି ବିଷୟକୁ ନେଇ ପୋଷ୍ଟ ଗ୍ରାଜୁଏଟ୍ ବିଭାଗ କେମିତି ଖୋଲି ପାରିବ ସେ ଉପରେ ଉଭୟ ବିଧାୟକ ଶ୍ରୀ ମିଶ୍ର ଏବଂ କୂଲପତି ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନ ଥିବା ୧୩ଟି ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପାଇଁ ୧୦ଜଣ ପ୍ରଫେସର, ୨୨ଜଣ ଏସୋସିଏଟ୍ ପ୍ରଫେସର ଓ ବାକି ୪୩ ଜଣ ରିଡର ନିହାତି ଆବଶ୍ୟକ ବୋଲି ପ୍ରଫେସର ବେହେରା ଶ୍ରୀ ମିଶ୍ରଙ୍କୁ କହିଥିଲେ । ସେହିପରି ଏମ୍‌ଫିଲ୍ ପାଠ୍ୟକ୍ରମ ରେ ଛାତ୍ରମାନଙ୍କୁ ଗାଇଡ୍ କରିବା ପାଇଁ ଏଲ୍‌ଫିଲ୍ କିମ୍ବା ପିଏଚ୍‌ଡି କରିନଥିବା ଅଧ୍ୟାପକ ରହୁଥିବା ବେଳେ ଏଥିରେ ପରିବର୍ତ୍ତନ ନିହାତି ଜୁରୁରି ଏବଂ କେବଳ ଏମ୍‌ଫିଲ୍ କିମ୍ବା ପିଏଚ୍‌ଡି କରିଥିବା ପ୍ରଫେସର ହିଁ ଏମ୍‌ଫିଲ୍ ଛାତ୍ରଙ୍କୁ ଗାଇଡ କରିବା କଥା ବୋଲି ମତପ୍ରକାଶ ପାଇଥିଲେ । ଆଲୋଚନା ବେଳେ ବିଶ୍ୱ ବିଦ୍ୟାଳୟ ସମସ୍ୟାକୁ ନେଇ ବିଧାୟକ ଶ୍ରୀ ମିଶ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଯେମିତି ଅଧ୍ୟାପନା ପାଇଁ ପ୍ରଫେସର ପଦବୀ ସମ୍ପୁର୍ଣ୍ଣ ପୁରଣ ହେବ, ଦରକାର ହେଉଥିବା ଜମି ତଥା ବର୍ତ୍ତମାନ ଚାଲିଥିବା ୧୩ ଗୋଟି ବିଭାଗ ବାହାରେ ମଧ୍ୟ ଯେମିତି ଆଉ ୪/୫ଟି ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ଖୋଲି ପାରିବ ସେ ଉପରେ ଗୁରୁତର ସହ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆହୁରି ମଧ୍ୟ ଏକାଡେମିକ କାଉନସିିଲ ଯେତେ ଶିଘ୍ର ଗଠନ ହେବ ତାହା ଆଗାମୀ ଶିକ୍ଷାବର୍ଷ ପାଇଁ ସିଲାବସ ପ୍ରସ୍ତୁତି, ଶିକ୍ଷା କ୍ୟାଲେଣ୍ଡର ନିର୍ମାଣରେ ସେତେ ସହାୟକ ହେବ ବୋଲି ଆଲୋଚନା ହୋଇଥିଲା । ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟ ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଥିବା ବିଭିନ୍ନ ଅସ୍ଥାୟୀ ପଦବୀ ଗୁଡିକ ଯେତେ ଶିଘ୍ର ସ୍ଥାୟୀ କରାହେବ ଶିକ୍ଷାଦାନ ତଥା ବିଶ୍ୱ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସେତେ ସୁବିଧା ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଲୋଚନା ବେଳେ ଶ୍ରୀ ମିଶ୍ର ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନ, ଭିତ୍ତିଭୁମି ଓ ପରିଚାଳନା ପାଇଁ ଯାହା ଅଭାବ ଅଛି ତାର ଏକ ସବିଶେଷ ବିବରଣି ଦୁଇ ଦିନ ଭିତରେ ଦେବାକୁ କୂଳପତି ଶ୍ରୀ ବେହେରାଙ୍କୁ କହିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ସେ ସବୁର ଏକ ଚିଠା ସରକାରଙ୍କ ଠାରେ ପ୍ରଦାନ କରି ସେପ୍ଟେମ୍ବର ମାସ ପହିଲା ପୂର୍ବରୁ ବିଶ୍ୱ ବିଦ୍ୟାଳୟର ଅଧ୍ୟାପନା ପାଇଁ ଦରକାର ହେଉଥିବା କୌଣସି ବି ଜିନିଷ ଯେମିତି ଅଭାବ ନ ଥିବ ସେ ଦିଗରେ ତତ୍ପରତା ସହ କାମ କରିବେ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking