29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୁମ୍ବାଇର ହଣ୍ଟେଡ ପ୍ଲେସ

ମୁମ୍ବାଇର ହଣ୍ଟେଡ ପ୍ଲେସ

ନୂଆଦିଲ୍ଲୀ: ମୁମ୍ବାଇର ମୁକେଶ ମିଲ୍ସ ବିଷୟରେ କୁହାଯାଏ ଏହି ରହସ୍ୟମୟୀ ସ୍ଥାନରେ ଭୂତମାନେ ବାସ କରନ୍ତି । ଅଧିକାଂଶ ସମୟରେ ସେଠାରେ ଅଜବ ଘଟଣାମାନ ଘଟିଥାଏ । ସେଥିପାଇଁ ତାର ଆଖପାଖରେ କେହି ବି ରୁହନ୍ତି ନାହିଁ । ଏହି ମିଲ ହେଉଛି ୧୫୮ ବର୍ଷ ପୁରୁଣା । ସେଠାରେ ଅନେକ ପ୍ରେତାମ୍ମା ବସବାସ କରନ୍ତି । ସେଥିପାଇଁ ଭାରତର ଭୟଙ୍କର ସ୍ଥାନ କିମ୍ବା ହଣ୍ଟେଡ ସ୍ଥାନ ମଧ୍ୟରେ ମୁକେଶ ମିଲ୍ସର ନାମ ସାମିଲ ଥାଏ । ହଣ୍ଟେଡ ଫିଲ୍ମ ସୁଟିଂ ପାଇଁ ବି ଏହି ସ୍ଥାନ ପ୍ରସିଦ୍ଧ । ସେଠାରେ ବିଭିନ୍ନ ପ୍ରକାରର ହରର ଫିଲ୍ମ ବି ସୁଟିଂ କରାଯାଏ । ଏହାପରେ ବି ଏହି ସ୍ଥାନ କୁ ନେଇ କଳାକାରଙ୍କ ମନରେ ଏତେ ଭୟ ଥାଏ ଯେ ସେମାନେ ଏଠାକୁ ଆସିବାକୁ ଡରନ୍ତି । ଭୂତ କାଳେ ସେମାନଙ୍କର କିଛି କ୍ଷତି କରିବ ଏହି ଭୟ ସେମାନଙ୍କ ମନରେ ସର୍ବଦା ରହିଥାଏ । ୧୮୫୨ ମସିହାରେ ମୁକେଶ ମିଲ୍ସ ବନାଯାଇଥିଲା । ପ୍ରାୟ ୧୦ ଏକର ଜମିରେ ଏହି ସ୍ଥାନଟି ପରିବ୍ୟାପ୍ତ । ଗୋଟିଏ ସମୟ ଥିଲା, ସେଠାରେ ବିପୁଳ ମାତ୍ରାରେ ପୋଷାକ ତିଆରି ହେଉଥିଲା । ହେଲେ ୧୯୭୦ ମସିହାରେ ସେଠାରେ ଏକ ବଡ ସର୍ଟ ସର୍କିଟ ହୋଇଥିଲା, ଯେଉଁଥିପାଇଁ ମିଲ ଟି ନିଆଁରେ ସଂପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଗଲା । ହେଲେ ୨ ବର୍ଷ ପରେ ମିଲକୁ ଠିକ କରି ପୁଣି ଥରେ ଚାଲୁ କରାଗଲା । ହେଲେ ପୁଣି ଥରେ କିଛି ବର୍ଷ ପରେ ନିଆଁ ଲାଗି ଏହା ନଷ୍ଟ ହୋଇଗଲା । ମିଲ ଭିତରେ ଏମିତି କୌଣସି ସ୍ତାନ ଆଉ ବାକି ନଥିଲା ଯାହା ନିଆଁ କବଳକୁ ଆସିନଥିବ । ସେବେଠୁ ଏପର୍ଯ୍ୟନ୍ତ ମୁକେଶ ମିଲରେ ଖାଲି ଧ୍ୱଂସାବଶେଷ ରହିଛି । ୧୯୮୪ ପରେ ଏହି ସ୍ଥାନକୁ ହଣ୍ଟେଡ ଫିଲ୍ମ ସୁଟିଂ ପାଇଁ ଭଡାରେ ଦିଆଯାଉଛି । ଏହି ଭୟଙ୍କର ସ୍ଥାନ ଦକ୍ଷିଣ ମୁମ୍ବାଇର ଏନ ଏ ସାବନ୍ତ ମାର୍ଗରେ ଅବସ୍ଥିତ । ଏହାର ଆଖପାଖ ଅଂଚଳରେ ଅନେକ ଶାନ୍ତି ଥାଏ । ସେଥିପାଇଁ ଏହି ମିଲର ଆଖପାଖରେ କେହି ବୁଲିବା ପସନ୍ଦ କରନ୍ତିନି । ମୁକେଶ ମିଲସରେ ସୁଟିଂ କରିସାରିଥିବା ଯୁବ ନିର୍ଦ୍ଦେଶକ ରେନ୍ସିଲ ଡିସିଲବାଙ୍କ କହିବାନୁସାରେ, ସେହି ମିଲ ଭିତରେ ଏକ ଚିମନୀ ରହିଛି । ସେଠାରେ  ଏକ ପିପଲ ଗଛ ରହିଛି, ଯାହା ବିଷୟରେ କୁହାଯାଏ କି ସେହି ଗଛ ଉପରେ ହିଁ ଭୂତପ୍ରେତ ରୁହନ୍ତି । ତେବେ ମୁକେଶ ମିଲ୍ସକୁ ନେଇ ଏମିତି ଅନେକ ଦାବି କରାଯାଏ । ଏହା ଭିତରୁ କେତେ ସତ କେତେ ମିଛ ତାହା କେହି ଜାଣନ୍ତିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking