35.1 C
Bhubaneswar
Tuesday, April 23, 2024
Homeଅପରାଧପର୍ଦ୍ଦାଫାସ୍ ହେଲା ମାଆ-ଝିଅଙ୍କୁ ଛୁରାମାଡ଼ ପଛର ବିରାଟ ରହସ୍ୟ

ପର୍ଦ୍ଦାଫାସ୍ ହେଲା ମାଆ-ଝିଅଙ୍କୁ ଛୁରାମାଡ଼ ପଛର ବିରାଟ ରହସ୍ୟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାରର ମାଆ-ଝିଅଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ରୂପେଶ ଋଣଭାରରେ ବୁଡ଼ି ରହିଥିବାରୁ ଲୁଟ୍ କରିବା ପାଇଁ ଏହି ସମସ୍ତ ଷଡ଼ଯନ୍ତ୍ର ରଚିଥିଲା । ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୟ ପଣ୍ଡାକୁ ନୟାପଲ୍ଲୀ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଦୁହେଁ ଗୋଟିଏ ସଂସ୍ଥାରେ କାମ କରୁଥିବା ବେଳେ ମାସେ ପୂର୍ବରୁ ଏହି କାଣ୍ଡ ଘଟାଇବା ପାଇଁ ପ୍ଲାନିଂ କରିଥିଲେ । ୩ ନମ୍ବର ମାର୍କେଟରୁ ଦୁହେଁ ଏଥିପାଇଁ ଛୁରୀ, ଖେଳାନା ବନ୍ଧୁକ ଓ ଚିହ୍ନା ନ ପଡ଼ିବା ପାଇଁ ଝିଅ ଡ୍ରେସ୍ କିଣିଥିଲେ । ଗତ ୧ ତାରିଖରେ ରୂପେଶ ଅନ୍ୟ ସ୍ଥାନକୁ ଯାଇ ମ୍ୟାକ୍ସି ପିନ୍ଧି ପ୍ରଫେସରଙ୍କ ଘରକୁ ଅଟୋରେ ଆସିଥିଲା ।

ରୂପେଶ ଘର ତିଆରି ପାଇଁ ଋଣ କରିଥିଲେ ଓ ସେଥିପାଇଁ ଅର୍ଥର ଆବଶ୍ୟକତା ଥିଲା । ସାହସିକତା ପାଇଁ ମାଆ-ଝିଅଙ୍କୁ କମିଶନରେଟ ପୋଲିସ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯିବ । ଏନେଇ ଏକ ପ୍ରେସ୍ ମିଟରେ ସୂଚନା ଦେଇ କାହାଣୀ ଉପରୁ ସମସ୍ତ ପରଦା ହଟାଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଆଜି ରୂପେଶକୁ ପୋଲିସ ଗିରଫ କରିଥିଲା । ମାଆ-ଝିଅଙ୍କ ଅଭିଯୋଗ ପରେ ରୂପେଶ ନାମରେ ଲୁଟ୍ ପାଇଁ ୩୯୩ ଦଫା ଓ ହତ୍ୟା ଉଦ୍ୟମ ପାଇଁ ୩୦୭ ଦଫା ଲାଗିଛି ।

ତେବେ ପୂର୍ବରୁ ଏହି ଆକ୍ରମଣ ପଛର ମୁଖ୍ୟ କାରଣ ପ୍ରେମ ବା ଅର୍ଥ ବୋଲି ଅନୁମାନ କରାଯାଉଥିଲା । ଏବେ ଏହା ଉପରୁ ପରଦା ହଟି ଆର୍ଥିକ ଋଣଭାର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି । ରୂପେଶର କଥାବାର୍ତ୍ତାରେ କିଛି ବି ତାଳମେଳ ରହୁ ନଥିବାରୁ ତାହା ପୋଲିସର ଚିନ୍ତା ବଢ଼ାଇ ଦେଇଥିଲା । ସେ ପୋଲିସକୁ ଅନେକ ମନଗଢ଼ା କାହାଣୀ କହିଥିବାରୁ ଏହି ଘଟଣାରେ କ’ଣ ସତ ଆଉ କ’ଣ ମିଛ ତାହା ଜାଣିବା ମୁସ୍କିଲ ହୋଇଯାଇଥିଲା । ରୂପେଶକୁ କିଛି ଦୁର୍ବୃତ୍ତ ଅପହରଣ କରି ଜବଦରସ୍ତ ପ୍ରଫେସର ସୁରେଶ ମିଶ୍ରଙ୍କ ପରିବାର ବର୍ଗଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ପୂର୍ବରୁ ରୂପେଶ ପୋଲିସ ଆଗରେ କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking