31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଵନ୍ଧା ପଡିଛି ମୋ ପୁଅ

ଵନ୍ଧା ପଡିଛି ମୋ ପୁଅ

ଉଦଳା: ମୋପୁଅ ଆଜକୁ ୧୨ ଵର୍ଷ ହେଲା ବନ୍ଧା ପଡିଛି । ପୁଅର ଫଟୋକୁ ଧରି ଵାହୁନି ଵାହୁନି କାନ୍ଦୁଛି ମା । କପ୍ତିପଦା ଵ୍ଲକ ଅଧିନସ୍ଥ ଆମ୍ଵପିଛୁଳା ଗାଁ ର ଭଗବାନ ଆରୁଖ, ଦିନ ମଜୁରିଆ ଭାବେ ପରିଵାର ପ୍ରତିପୋଷଣ କରନ୍ତି । ଆଜକୁ୧୯ଵର୍ଷ ତଳେ ଵଡପୁଅ ରଞ୍ଜନ ମାତ୍ର ୧୪ ଵର୍ଷ ଵୟଷରେ ଵିଦେଶ ଯାଇଥିଲେ । ୨୦୦୮ମସିହା ପର୍ଯ୍ୟନ୍ତ ଘର ସହ ସମ୍ପର୍କରେ ଥିଲେ । ତାପରେ କଣ ହେଲା କେଜାଣି ଘର ସହ ଆଉ ଯୋଗାଯୋଗ ବିଚ୍ଛିନ୍ନ ହେଲା । ପରିବାର ଲୋକେ ଅନେକ ଜାଗାରେ ଖୋଜା ଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ ।

୨୦୧୯ ମସିହାରେ ଜଣେ ସମ୍ପକୀୟ ଜ୍ଵାଇଁ ଖବର ଦେବାରୁ ପରିବାର ର୪ଜଣ ଵମ୍ଵେ ଯାଇ ଓଡପି ହୋଟେଲରେ କାମ କରୁଥିଵା ଦେଖିଵାକୁ ପାଇଥିଲେ । ମାତ୍ର ହୋଟେଲ ମାଲିକ ପୁଅ ସହ ମିଶିଵାକୁ ଦେଇନଥିଲେ ରମେଶ ଵୋଲି ଜଣେ ଲୋକ ତାକୁଆଣି ଏଠାରେ ଛାଡିଛି । ସେ ନ ଆସିଵା ପର୍ଯ୍ୟନ୍ତ ପୁଅ ଯାଇ ପାରିବ ନାହିଁ ବୋଲି କହି ତାଙ୍କୁ ତଡି ଦେଇଥିଲେ । ରମେଶ ତାକୁ ସେଠାରେ ଵିକି ଦେଇଛି ଭାଵି ଉପାୟଶୂନ୍ୟ ହୋଇ ଗାଁ କୁ ଫେରିଆସିଥିଲେ । ଏମାନେ ଆର୍ଥିକ ଓ ଶିକ୍ଷା ର ଅନଗ୍ରସର ଥିବାରୁ ସରକାର ଆଇନ ସମ୍ବନ୍ଧରେ ଜାଣିନଥିଲେ । ଏକଵର୍ଷ ପରେ ଜଣେ ବୁଦ୍ଧିଜୀବୀ ଠାରୁ ପରାମର୍ଶ ପାଇ କପ୍ତିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ପୁଅକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ନିଵେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking