31.1 C
Bhubaneswar
Saturday, April 20, 2024
Homeଓଡିଶାହଟସ୍ପଟ ଜିଲ୍ଲାରୁ କଟକ ଆସିଲେ କ୍ୱାରେଣ୍ଟିନ

ହଟସ୍ପଟ ଜିଲ୍ଲାରୁ କଟକ ଆସିଲେ କ୍ୱାରେଣ୍ଟିନ

ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାରୁ କଟକ ସହର ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ । ୧୪ ଦିନ କ୍ୱାରେଣ୍ଟିନରେ ରହିବା ନେଇ ସିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି । କଟକ ଜିଲ୍ଲାର ହଟସ୍ପଟ ବ୍ଲକରୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ । ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ । ଖିଲାପକାରୀଙ୍କ ସୂଚନା ପାଇଲେ ତୁରନ୍ତ ଜଣାଇବାକୁ କମିଶନର କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଉଛି । ହେଲେ ସବୁ ପରେ ବି ନିୟନ୍ତ୍ରଣ ରେ ରହୁନାହିଁ ଏହି ମହାମାରୀ । ଦିନକୁ ଦିନ ପିଲାଠୁ ବୁଢା ଆଉ କରୋନା ଯୋଦ୍ଧାଙ୍କୁ ଏବେ ଏବା ଗ୍ରାସ କରିବାରେ ଲାଗିଛି । ସେହିଭଳି , ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା ଏବେ କାୟା ବିସ୍ତାର କରିଚାଲିଛି । ସ୍ଥିତି ମଧ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ଆଉ ୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୫ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୦ଟି ଲୋକାଲ କେସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking