26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶନବରାତ୍ରୀ ପାଳନ କରୁଛନ୍ତି ୨୦୦ରୁ ଅଧିକ ମୁସଲମାନ୍

ନବରାତ୍ରୀ ପାଳନ କରୁଛନ୍ତି ୨୦୦ରୁ ଅଧିକ ମୁସଲମାନ୍

ୟୁପି : ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା କାରାଗାରରେ ୨୦୦ରୁ ଅଧିକ ସଂଖ୍ୟାଲଘୁ ଅନ୍ତେବାସୀ ଅନ୍ୟାନ୍ୟ ହିନ୍ଦୁ ଅନ୍ତେବାସୀଙ୍କ ସହିତ ମିଶି ୯ ଦିନ ଧରି ‘ନବରାତ୍ରୀ ଉପବାସ’ ପାଳନ କରୁଥିବା କଥା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ଜଣେ ଜେଲ୍ ଅଧିକାରୀ କହିଛନ୍ତି, ପବିତ୍ର ରମଜାନ୍ ମାସରେ ବଡ଼ି ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ‘ରୋଜା’ (ଉପବାସ) ରଖିଥିବା ହିନ୍ଦୁ ଅନ୍ତେବାସୀଙ୍କ ଭାବନା ପ୍ରତି ଦୃଷ୍ଟି ଦେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ତେବାସୀମାନେ ନବରାତ୍ରୀ ଉପବାସ ରଖିଛନ୍ତି। ଜଣେ ଉଚ୍ଚସ୍ତରୀୟ ଜେଲ୍ ଅଧିକାରୀ କହିଛନ୍ତି, ମୁଜାଫରନଗର ଜିଲ୍ଲା କାରାଗାରରେ ଥିବା ୩୦୦୦ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ୧୧୦୦ ହିନ୍ଦୁ ଓ ୨୧୮ଜଣ ସଂଖ୍ୟାଲଘୁ ନବରାତ୍ରୀ ଉପବାସ କରୁଛନ୍ତି। ଉପବାସ କରୁଥିବା ଅନ୍ତେବାସୀଙ୍କ ଭୋଜନ ଚାହିଦା ପ୍ରତି ଧ୍ୟାନ ଦେଇ ଜେଲ୍ କର୍ତ୍ତୃପକ୍ଷମାନେ ମଧ୍ୟ କ୍ୟାଣ୍ଟିନ୍ରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ମୁଜାଫର୍ନଗର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ସୀତାରାମ ଶର୍ମା କହିଛନ୍ତି, ଉପବାସ କରିଥିବା ଅନ୍ତେବାସୀଙ୍କ ପାଇଁ କ୍ୟାଣ୍ଟିନ୍ରେ ନାନାଜାତିର ଫଳ, ଦୁଗ୍ଧ, କୁଟ୍ଟୁ ଅଟାରେ ତିଆରି ପୁରୀ, ଚା ଏବଂ ଅନ୍ୟାନ୍ୟ ଖାଦ୍ୟପାନୀୟ ମିଳୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking