33.1 C
Bhubaneswar
Thursday, April 25, 2024
Homeଅପରାଧପୁତୁରାକୁ କୂଅରେ ପକାଇ ହତ୍ୟା କଲା କକା

ପୁତୁରାକୁ କୂଅରେ ପକାଇ ହତ୍ୟା କଲା କକା

କଣ୍ଟାବାଞ୍ଜି: ଦିନକୁ ଦିନ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । କେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତ ଆଉ କେବେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ରକରି ହତ୍ୟା କରାଯାଉଥିବା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି । ଏଭଳି ଘଟଣା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଘଟିଛି । ଜଣେ ବ୍ୟକ୍ତି ନିଜ ପୁତୁରାକୁ କୂଅକୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ବୃଦ୍ଧ ଜଗଦାନନ୍ଦ କୂଅ ପାଖରେ ଛିଡ଼ା ହୋଇଥିବା ବେଳେ ତାଙ୍କ ସଂପର୍କୀୟ କାକା ବାଙ୍କ ବେହେରା ତାଙ୍କୁ କୂଅରୁ ପାଣି ବାହାର କରିବାକୁ କହିଥିଲା । ଜଗଦାନନ୍ଦ କୂଅରୁ ପାଣି କାଢ଼ିବା ସମୟରେ ବାଙ୍କ ତାଙ୍କୁ ପଛରୁ ଠେଲି ଦେଇଥିଲା। ଜଗଦାନନ୍ଦ କୂଅରେ ପଡ଼ି ଚିତ୍କାର କରିବାରୁ ଆଖପାଖରେ ଥିବା ତାଙ୍କ ସଂପକୀୟ ଜମା ହୋଇ କୂଅରୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ବାଙ୍କ ତାଙ୍କୁ କୂଅ ଭିତରେ ଚାପି ଧରି ତାଙ୍କର ହତ୍ୟା କରିଥିଲା। ୨୦୧୪ ମସିହାରେ ସେ ଜଣେ ନାବାଳକକୁ ଏକ ପୋଖରୀରେ ଚାପି ହତ୍ୟା କରିଥିଲା। ଏହି ମାମଲାରେ ବାଙ୍କ ଜେଲ ମଧ୍ୟ ଯାଇଥିଲା । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ କାକାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking