32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କଲେ ମିଳିବ ୧୦ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କଲେ ମିଳିବ ୧୦ ଲକ୍ଷ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କରାଗଲେ ୧୦ ଲକ୍ଷ ଟଙ୍କା ମିଳିବ । ଏଭଳି ପୋଷ୍ଟର ଜବତ କରିଛି ଚଣ୍ଡିଗଡ଼ ପୋଲିସ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଏହିଭଳି ପୋଷ୍ଟର ବନାଉଛି ଓ ଏହି ଘଟଣା ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ମୋହାଲି ସେକ୍ଟର ୬୬ ଓ ୬୭ ରେ ଥିବା ଗାଇଡ଼ ମ୍ୟାପରେ ଏଭଳି ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟରରେ ଇବ୍ରାହିମଆଟହଟମେଲ ଇ-ମେଲ ଲେଖାଯାଇଛି । ଏହି ମେଲ ଆଇଡ଼ି କାହାର ବୋଲି ଏବେ ସାଇବର ଟିମ କଡ଼ା ଯାଞ୍ଚ କରୁଛି । ତେବେ ପୁର୍ବରୁ ଖଲିସ୍ତାନୀ ସଂଗଠନ ‘ଶିଖ ଫର ଜଷ୍ଟିସ’ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବାରୁ ଏହି ପୋଷ୍ଟର ଘଟଣା ଖଲିସ୍ଥାନୀ ସଂଗଠନର ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking