40.1 C
Bhubaneswar
Wednesday, April 24, 2024
Homeଅପରାଧହତ୍ୟା ଯୋଜନା ବିଫଳ, ୨ ଗିରଫ

ହତ୍ୟା ଯୋଜନା ବିଫଳ, ୨ ଗିରଫ

ବ୍ରହ୍ମପୁର: ବନ୍ଧୁକ ଧରି ନିଜ ବିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଯାଉଥିବା ୨ ଅପରାଧୀଙ୍କୁ ଗୋପାଳପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବପୁଆ ଖଣ୍ଡିଆ ସାହିର କାଳିଆ ରେଡ୍ଡୀ ଓରଫ ଗଣେଷ (୩୪) ଓ କହ୍ନେଇ ସେଠୀ (୩୧) । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ଏହି ବନ୍ଧୁକ କେଉଁଠାରୁ ଆଣିଛନ୍ତି ଓ ସେମାନେ ଚୋରା ଚାଲାଣରେ ସଂପୃକ୍ତ କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ବ୍ରହ୍ମପୁର ଏସ୍‌ପି ଡ଼. ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ଉପରୋକ୍ତ ଦୁଇ ଅଭିଯୁକ୍ତ ବନ୍ଧୁକ ସହ ଅମ୍ବପୁଆ ନିକଟ ଇନକମ ଟ୍ୟାକ୍ସ ଛକ ଠାରେ ଲୁଚିଥିବା ପୁଲିସକୁ ଖବର ମିଳିଥିଲା । ଏହାପରେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ପୁଲିସ କର୍ମଚାରୀ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା ପରେ ସେମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ପୁଲିସକୁ କହିଥିଲେ । ଏ ନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତଙ୍କୁ ପଠାଇ ଦେଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ କାହାକୁ ହତ୍ୟା କରିବା ପାଇଁ ଏମାନେ ବନ୍ଧୁକ ଆଣିଥିଲେ ଏବଂ କେବେ ଠାରୁ ଏମାନଙ୍କ ନିକଟରେ ବନ୍ଧୁକ ଥିଲା, କେଉଁମାନେ ଏମାନଙ୍କୁ ସହଯୋଗ କରୁଛନ୍ତି ସେ ନେଇ ପୁଲିସ ତଦନ୍ତ କରୁଛି । ଏହା ସହ ଗଣେଶ ନାଁରେ ଡକାୟତି, ହତ୍ୟା ଧମକ, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ୯ ଟି ମାମଲା ରହିଥିବା ବେଳେ କହ୍ନେଇ ନାଁରେ ପଶ୍ଚିମବଙ୍ଗ ରାଜ୍ୟ ହୁଗୁଲିରେ ଏକ ହତ୍ୟା ମାମଲା ରହିଥିବା ପୁଲିସ କହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking