29.1 C
Bhubaneswar
Wednesday, April 24, 2024
Homeଅପରାଧଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା

ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା

ଦଶରଥପୁର : ଯୌତୁକ ପାଇଁ ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ମଙ୍ଗଳପୁର ପୁଲିସ ସ୍ବାମୀକୁ ଗିରଫ କରିଛି। ପୁଲିସ ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି। ମୃତ ମହିଳା ଜଣକ ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ନବଘନ ଜେନାଙ୍କ ଝିଅ ରାକ୍ଷୀ ଜେନା(୧୯)। ରାକ୍ଷୀ ୩ ମାସର ଗର୍ଭବତୀ ଥିଲେ। ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସ୍ୱାମୀ ସରୋଜ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ଶାଶୂ ସ୍ନେହଲତା ମଲ୍ଲିକ, ଶଶୁର ଅଜୟ ମଲ୍ଲିକ, ଦିଅର ସଞ୍ଜୟ ମଲ୍ଲିକଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମଂଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ନବଘନ ଜେନାଙ୍କ ଝିଅ ରାକ୍ଷୀ ଜେନା(୨୧)ଙ୍କୁ ମଲ୍ଲିକାପୁର ପଞ୍ଚାୟତ ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଅଜୟ ମଲ୍ଲିକଙ୍କ ପୁଅ ସୁରଜ ମଲ୍ଲିକ(୨୫) ଗତ ୧୯ ଅକ୍ଟୋବର ୨୦୧୯ରେ ପ୍ରେମ ବିବାହ କରିଥିଲେ। କିଛି ଦିନ ଠିକ୍‌ରେ ଚଳିବା ପରେ ରାକ୍ଷୀ ଉପରେ ‌ଯୌତୁକ ପାଇଁ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ବିବାହ ସମୟରେ ଯୌତୁକ ଆଣି ନଥିବାରୁ ଏକ ମିକ୍ସର ମେସିନ କିଣିବା ପାଇଁ ୧ଲକ୍ଷ ଟଙ୍କା ଦେବାକୁ ଶାଶୂଘର ଲୋକେ ଚାପ ପକାଉଥିଲେ। ଏଥିପାଇଁ ଫୋନ ଯୋଗେ ଦୁଇ ତିନି ଥର ନବଘନଙ୍କ ପରିବାରକୁ କହିଥିଲେ। ଟଙ୍କା ଯୋଗାଡ଼ କରିବାରେ ବିଳମ୍ବ ହେବାରୁ ରାକ୍ଷୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ। ଶନିବାର ଅପରାହ୍ଣରେ ୫ଟା ସମୟରେ ତାଙ୍କୁ ବିଷ ପିଆଇ ଏବଂ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାକ୍ଷୀଙ୍କ ବେକରେ ଦାଗ ରହିଥିବା ବେଳେ ପାଟି ଏବଂ ନାକରୁ ଫେଣ ବାହାରୁଥିଲା। ବାପାଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶାଶୂଘର ଲୋକେ ସେ ଆତ୍ମହତ୍ୟା କରିଥିବା କହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking