40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମା-ବାପାଙ୍କ ଝଗଡ଼ାରେ ବଳି ପଡ଼ିଲା ତିନି ବର୍ଷର ଝିଅ

ମା-ବାପାଙ୍କ ଝଗଡ଼ାରେ ବଳି ପଡ଼ିଲା ତିନି ବର୍ଷର ଝିଅ

ନୋଏଡ଼ା : ମା-ବାପାଙ୍କ ଝଗଡ଼ାରେ ବଳି ପଡ଼ିଲା ତିନି ବର୍ଷର ଝିଅ । ମାନସିକ ରୋଗାଗ୍ରସ୍ତ ଏକ ମହିଳା ନିଜର ତିନି ବର୍ଷର ହତ୍ୟା କରିବା ମାମଲାରେ ଗିରଫ ହୋଇଛନ୍ତି । ତେବେ ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ଜଣେ ମଦ୍ୟପ, ସେ ଘରକୁ ଫେରି ଝଗଡ଼ା କରିବା ପରେ ଅତି ହିଂସାପରାୟଣ ହୋଇ ଝିଅକୁ କାନ୍ଥରେ ପିଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରଠାରୁ ବାପା ଫେରାର ହୋଇଥିଲା ।

ପରେ ପୋଲିସ୍ ତାର ସନ୍ଧାନ କରି ବାପାକୁ ଗିରଫ କରିଥିଲେ । କିନ୍ତୁ ବାପା କିଛି ଓଲଟା କଥା କହିଥିଲା । ସେ କହିଥିଲା କି ତା ସ୍ତ୍ରୀ ଜଣେ ମାନସିକ ରୋଗୀ । ସେ ଅନେକ ଥର ପିଲାମାନଙ୍କ ଉପରେ ହିଂସାତ୍ମକ ଆଚରଣ କରନ୍ତି ।ଅମିତର କଥାରେ ତାଙ୍କ ଶାଶୁ ଶ୍ୱଶୁର ମଧ୍ୟ ସମର୍ଥନ କଲେ । ନୋଏଡ଼ାର ଅତିରିକ୍ତ ପୋଲିସ୍ ଆୟୁକ୍ତ ରଣବିଜୟ ସିଂ କହିଛନ୍ତି ଯେ, ସେକ୍ଟର-୪୯ ଥାନା ଅନ୍ତର୍ଗତ ବରୋଲା ଗାଁରେ ସେ ପହଁଚିବା ପରେ ସେ ଦେଖିଥିଲେ ଯେ, ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ଶିଶୁଟିର ମୃତ୍ୟୁ ହୋଇସାରିଥିଲା ।ଏବେ ସମସ୍ତ ସୂଚନାକୁ ଆଧାର କରି ଅମିତଙ୍କ ନାଁରୁ ମାମଲା ଉଠାଇ ତାଙ୍କ ସ୍ତ୍ରୀ ରେଣୁକାଙ୍କ ନାଁରେ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking