29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକଟୁରିରେ ହାଣି ବିଭତ୍ସ ହତ୍ୟା ; ସନ୍ଦେହରେ ମୃତ ଯୁବତୀର ଭାଇ ଥାନାରେ ଅଟକ

କଟୁରିରେ ହାଣି ବିଭତ୍ସ ହତ୍ୟା ; ସନ୍ଦେହରେ ମୃତ ଯୁବତୀର ଭାଇ ଥାନାରେ ଅଟକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବେଲପଡା ଗ୍ରାମପଂଚୟତର ବିଜୟନଗର ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସୂଚନାଥାଉ କି ବିଜୟନଗର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କର ସାନ ଝିଅ ମମତା ରାଉତ ବୟସ ୨୬ ଙ୍କୁ ନିଜ ଘରେ ସୋଇଥିବା ସମୟରେ ଗତକାଲି ବିଳମ୍ବିତ ରାତିରେ ଏକ କଟୁରିରେ ମୁଣ୍ଡର ବାମପଟକୁ ହାଣୀ ହତ୍ୟା କରାଯାଇଛି । ଖବରପାଇ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା ଓ ଖଣ୍ଡପଡା ଏସ୍ଡିପିଓ ବିଶ୍ୱପ୍ରକାଶ ପଟନାୟକ ପହଁଞ୍ଚି ହତ୍ୟାର ଅନୁସନ୍ଧାନ ଜାରି ରଖିଛନ୍ତି ଏବଂ ହତ୍ୟାରେ ବ୍ୟବହୃତ ଏକ କଟୁରିକୁ ଜବତ କରାଯାଇଛି।ସନ୍ଦେହରେ ଯୁବତୀର ଭାଇ କମାକ୍ଷାପ୍ରସାଦ ରାଉତ (ପପୁ)୨୨ଙ୍କୁ ଥାନାରେ ଅଟକ ରଖାଯାଇଛି।ଘଟଣା ସ୍ଥାଳରେ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କ୍ୱାର୍ଡ ପହଁଞ୍ଚି ତଦନ୍ତ ଚଳାଇଛି। ଶବ ବ୍ୟବଛେଦ ପାଇଁ ଶବକୁ ଦଶପଲ୍ଲା ଶବ ବ୍ୟବଛେଦ ଗୃହକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ତେବେ ଗଣିଆ ଅଂଚଳରେ ଏଭଳି ଏକ ହତ୍ୟାକାଣ୍ଡକୁ ଲୋକମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି ।ସମସ୍ତଙ୍କ ମନରେ ପ୍ରଶ୍ନଉଠୁଛି ଯେ ଏହା ଏକ ହତ୍ୟା ନ ସୁପରିକଳ୍ପିତ ହତ୍ୟାକାଣ୍ଡ । ତେବେ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ପ୍ରକୃତ ହତ୍ୟାର ହତ୍ୟାକାରୀ କିଏ ତାହା ତଦନ୍ତ ସରିଲା ପରେ ସତ୍ୟସତ୍ୟା ଜଣାପଡିବ ବୋଲି ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking