28.1 C
Bhubaneswar
Friday, March 29, 2024
Homeଓଡିଶାଶଳାର ଖଣ୍ଡା ଚୋଟରେ ଗଲା ଭିଣୋଇର ଜୀବନ

ଶଳାର ଖଣ୍ଡା ଚୋଟରେ ଗଲା ଭିଣୋଇର ଜୀବନ

ଭୁବନେଶ୍ୱର : ବର୍ଷର ଶେଷ ଦିନରେ ହତ୍ୟାକାଣ୍ଡ । ରାଜଧାନୀର ମଂଚେଶ୍ୱର ଥାନା ଧୀରିକୁଟୀ ବସ୍ତିରେ ଶଳାର ଖଣ୍ଡା ଚୋଟରେ ଭିଣୋଇର ଜୀବନ ଯାଇଛି । ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଧିରୀକୁଟୀ ବସ୍ତିରେ ସୁଶାନ୍ତ ଘଡାଇ ରହୁଥିଲା । ସେହି ବସ୍ତିରେ ଶାଶୁ-ଶଶୁର ଓ ଶାଳକ ପାପୁନି ନାୟକ ମଧ୍ୟ ରହୁଥିଲେ । କୌଣସି କାରଣକୁ ନେଇ ଶଳା-ଭିଣୋଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ବିଳମ୍ବିତ ରାତିରେ ପୁରୁଣା କଥାକୁ ନେଇ ଶଳା-ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ପାପୁନି ଏକ ଖଣ୍ଡାରେ ସୁଶାନ୍ତଙ୍କୁ ଗୋଡାଇ ଗୋଡାଇ ହାଣିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲ ନିଆଯାଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାରୀ ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking