43.9 C
Bhubaneswar
Friday, April 19, 2024
Homeଅପରାଧମାତ୍ର ୫ ଟଙ୍କା ପାଇଁ ମାରିଦେଲେ ..

ମାତ୍ର ୫ ଟଙ୍କା ପାଇଁ ମାରିଦେଲେ ..

ମୁମ୍ବାଇ: ମରିଗଲା ମାନବିକତା । ବୋରିବଲିର ସିଏନ୍‌ଜି ଷ୍ଟେସନ୍‌ରେ ଘଟିଛି ଏଭଳି ଅମାନବୀୟ କାଣ୍ଡ। ସିଏନ୍‌ଜି ଷ୍ଟେସନର କର୍ମଚାରୀଙ୍କ ମାଡ଼ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମାତ୍ର ୫ଟଙ୍କା ପାଇଁ ଜଣେ ବୃଦ୍ଧ ଅଟୋ ଚାଳକଙ୍କୁ ସିଏନ୍‌ଜି ଷ୍ଟେସନର କର୍ମଚାରୀମାନେ ହତ୍ୟା କରିବାକୁ ପଛାଇ ନଥିଲେ। ମୃତ ଅଟୋ ଚାଳକଙ୍କ ବୟସ ୬୮ବର୍ଷ ପାଖାପାଖି ହେବ ଓ ତାଙ୍କ ନାମ ରାମଦୁଲାର ସରଜୁ ଯାଦବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ରାମଦୁଲାର ସରଜୁ ଯାଦବ ମଙ୍ଗଳବାର ଦିନ ସାମ ସିଏନ୍‌ଜି ଷ୍ଟେସନ୍‌ରେ ନିଜ ଅଟୋରିକ୍ସାକୁ ଗ୍ୟାସ୍‌ ଭରିବାକୁ ନେଇଥିଲେ। ସେଠାରେ ସେ ଫୋନ୍‌ କରି ନିଜର ପୁଅ ସନ୍ତୋଷକୁ ବି ଭେଟିବାକୁ ଡାକିଥିଲେ। ସେଠାରେ ସେ ୨୦୫ଟଙ୍କାର ଗ୍ୟାସ ଭରିବା ପରେ କର୍ମଚାରୀଙ୍କୁ ୫୦୦ଟଙ୍କାର ନୋଟ ବଢ଼ାଇଥିଲେ। ଏବଂ ବାକି ୨୯୫ଟଙ୍କା ଫେରେଇବାକୁ କହିଥିଲେ। କିନ୍ତୁ କର୍ମଚାରୀ ତାଙ୍କୁ ୫ଟଙ୍କା କମ୍‌ ଦେଇଥିଲେ।
ଯାଦବ ଯେତେବେଳେ ଗ୍ୟାସ ଷ୍ଟେସନ୍‌ରେ ଥିବା ସେହି କର୍ମଚାରୀଙ୍କୁ ୫ଟଙ୍କା ଫେରାଇବାକୁ କହିଥିଲେ ସେତାଙ୍କୁ ଖରାପ ବ୍ୟବହାର ସହ ଗଲି ଗୁଲଜ କରିଥିଲେ । କେବଳ ଏତିକି ନୁହେଁ ସେଠାରେ ଥିବା ଅନ୍ୟ ୫ଜଣ କର୍ମଚାରୀଙ୍କ ସହିତ ମିଶି ସେ ରାମଦୁଲାର ଙ୍କୁ ଏତେ ଜୋର ରେ ମାରପିଟ ଆରମ୍ଭ କରି ଦେଇଥିଲେ ଯେ ଏହି ମାଡ଼ରେ ଯାଦବ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟଲୋକ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking