26.1 C
Bhubaneswar
Friday, March 29, 2024
Homeଅପରାଧଝିଅର ପ୍ରେମ ବିବାହରେ ଖୁସି ନଥିଲେ ପରିବାର; ଜନ୍ମଦିନ ବାହାନାରେ ଡାକି ହତ୍ୟା କଲା ବାପା

ଝିଅର ପ୍ରେମ ବିବାହରେ ଖୁସି ନଥିଲେ ପରିବାର; ଜନ୍ମଦିନ ବାହାନାରେ ଡାକି ହତ୍ୟା କଲା ବାପା

ନୂଆଦିଲ୍ଲୀ: ହରିୟାଣା ସୋନିପତରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ପିତା ନିଜ ଝିଅର ପ୍ରେମ ବିବାହରେ ଏତେ ଉତକ୍ଷିପ୍ତ ଥିଲେ ଯେ, ନିଜ ଝିଅକୁ ସେ ମୃତ୍ୟୁ କୋଳରେ ବି ଶୁଆଇବାକୁ ପଛାଇନାହାନ୍ତି । ପରେ ଶବକୁ ମେରଠ ନିକଟ ଗଙ୍ଗନହରରେ ଫୋପାଡି ଦେଇଥିଲା । ପରେ ପୁଲିସ ଅଭିଯୁକ୍ତ ପିତାକୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି ।
ଏହି ମାମଲା ରାଇ ଥାନା ଅନ୍ତର୍ଗତ ମୁକିମପୁର ଗାଁର  ା ମୃତ୍ୟୁ ପୂର୍ବରୁ ଝିଅର ଏକ ଭଇଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କହିଥିଲା ଯଦି ତାର ମୃତ୍ୟୁ ହୋଇଯାଏ, ତେବେ ଏଥିପାଇଁ ଦାୟୀ ତାର ବାପା , ଭାଇ ଓ ସାଙ୍ଗ ରହିବେ ।
ଏହି ମାମଲାରେ ପୋଲିସ ଝିଅର ବାପାକୁ ଗିରଫ କରିଛି । ତେବେ ଝିଅର ସ୍ୱାମୀ ତାର ପିତା ବିଜୟପାଲ ଓ ବନ୍ଧୁଙ୍କ ସହିତ ୪ ଜଣଙ୍କ ବିରୋଧରେ ଅପହରଣ ନେଇ ମାମଲା ରୁଜୁ କରିଥିଲେ । ଯେଉଁଥିରେ କହିଥିଲେ, ଜନ୍ମଦିନ ପାଳନ କରିବା ବାହାନାରେ ସେ ଦୁହିଁଙ୍କୁ ଡକାଇଥିଲେ । ସେ କିଛି ଦୂରରେ ଛିଡା ହୋଇଥିଲେ । ଏହାପରେ ଥାନା ସାମ୍ନାରୁ ତାଙ୍କ ପତ୍ନୀକୁ ଅପହରଣ କରାଯାଇଥିଲା । ମୁକିମପୁର ଗାଁରେ ରହୁଥିବା ଝିଅ ୨୦୨୦ରେ ପଡୋଶୀରେ ରହୁଥିବା  ଜଣେ ଯୁବକ ସହିତ ପ୍ରେମ ବିବାହ କରିଥିଲେ । ଏହାକୁ ନେଇ ଯୁବତୀର ପରିବାର ଲୋକେ ଖୁସି ନଥିଲେ । ବିବାହ ପରେ ଦୁହେଁ ଅନ୍ୟ କେଉଁଠି ଗୁପ୍ତ ଭାବରେ ରହୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking