40.1 C
Bhubaneswar
Wednesday, April 24, 2024
Homeଅପରାଧଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକରେ ଅନ୍ଧବିଶ୍ୱାସକୁ ଆଧାର କରି ପୁଣି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଦିର୍ଘଦିନ ଧରି ଗ୍ରାମରେ ଲୋକଙ୍କୁ ଗୁଣିଗାରେଡି କରୁଥିବା ନେଇ ସନ୍ଦେହ କରି ସେହି ଗ୍ରାମର କିଛି ଲୋକ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ମାରିଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ପଡିଆ ବ୍ଲକ ଅନ୍ତର୍ଗତ ଶିମିଳିବାଞ୍ଛା ଗ୍ରାମର ଜଗା କୁରାମୀ ନିଜ ଚାଷ ଜମିରେ ଥିବା ଲାଡି ଘରେ ଶୋଇଥିବା ବେଳେ ସେହି ଗ୍ରାମର କିଛି ଲୋକ ଲାଠି ସାହାଯ୍ୟରେ ପିଟି ହତ୍ୟା କରିବା ସହ ମୃତ ଶରୀରକୁ ନେଇ ସ୍ଥାନୀୟ ନଦୀରେ ଲୁଚାଇ ରଖିଥିଲେ । ଏହାପରେ ବୁଧବାର ପୁଣି ମୃତ ଶରୀରକୁ ଆଣି ଜଗାର ଲାଡି ଘରେ ରଖିଦେଇଥିଲେ । ସକାଳେ ଜଗାର ପୁଅ ରାମା ଚାଷ ଜମିକୁ ଯାଇ ବାପାଙ୍କ ମୃତ ଶରୀର ଦେଖିଥିଲେ ମଧ୍ୟ ହତ୍ୟାକାରୀମାନଙ୍କ ଧମକ ଯୋଗୁଁ ବାହାରେ ପ୍ରଘଟ କରିପାରି ନଥିଲା। ତେବେ ଗୁରୁବାର ସକାଳେ ରାମା ସାହାସ ଜୁଟାଇ ପୋଲିସ ପାଖରେ ଲିଖିତ ଅଭିଯୋଗ କରିବାରୁ ଘଟଣା ସ୍ଥଳରେ ଏମ୍ ଭି ୭୯ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ରାମାର ଅଭିଯୋଗକୁ ଆଧାର କରି ଏମଭି୭୯ ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking