22.1 C
Bhubaneswar
Sunday, January 23, 2022
Homeଅପରାଧଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ

ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ପଟେ ଏବେ କରୋନା ମହାମାରୀ ଦେଶ ସମେତ ରାଜ୍ୟକୁ କଲବଲ କରୁଥିବା ବେଳେ କେଉଁଠି ଚୋରି ତ ଆଉ କେଉଁଠି ହତ୍ୟା ଭଳି ଘଟଣା ଏବେ ସାମ୍ନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ଜିଲ୍ଲା ସ୍ଥିତ ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁରବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଦିଅର ଟାଙ୍ଗିଆରେ ହାଣି ଭାଉଜର ହତ୍ୟାକାଣ୍ଡ କରିଥିବା ସୂଚନା ମିଳିଛି । ଘରୋଇ କଳିରୁ ଏହିପରି ନୃଶଂସ କାଣ୍ଡ ହୋଇଥିବା ଜଣାପଡ଼ିଛି । ବଡ଼ ଭାଇକୁ ଆକ୍ରମଣ କରିବା ବେଳେ ଭାଉଜ ମଝିରେ ଆସିଥିବାରୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦିଅର ରବିନ୍ଦ୍ରକୁ ଅଟକ ରଖି ପଚରାଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking