34.1 C
Bhubaneswar
Friday, March 29, 2024
Homeଅପରାଧଘରୋଇ କଳହରୁ ବୀଭତ୍ସ ହତ୍ୟାକାଣ୍ଡ : ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ଘରୋଇ କଳହରୁ ବୀଭତ୍ସ ହତ୍ୟାକାଣ୍ଡ : ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ କେରବେଡ଼ା ପଞ୍ଚାୟତ ଅନ୍ତର୍ଗତ ଧଅଁରାଦାଦର ଗ୍ରାମରେ ଘରୋଇ କଳହକୁ ନେଇ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବଡ଼ଭାଇ ଶିବଶଙ୍କର ଶବର(୪୫)ଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ଗୋବର୍ଦ୍ଧନ ଶବର(୪୨)ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଧଅଁରାଦାଦର ଗ୍ରାମର ଆନନ୍ଦ ଶବରଙ୍କ ମୃତ୍ୟୁପରେ ବିଧବା ମା’ ଲଳିତା ଶବରଙ୍କୁ ନେଇ ୨ପୁଅ ଶିବଶଙ୍କର ଏବଂ ଗୋବର୍ଦ୍ଧନ ପରିବାର ସହ ରହୁଥିଲେ । ତେବେ ଗୋବର୍ଦ୍ଧନ ଅନେକ ସମୟରେ ମଦ ପିଇ ବଡଭାଇ-ଭାଉଜ ତଥା ଗ୍ରାମର ଅନ୍ୟମାନଙ୍କୁ ଗାଳିଗୁଲଜ କରୁଥିଲା । ହେଲେ ନିକଟରେ ବଡଭାଇ ଘରେ ନ ଥିବା ବେଳେ ଭାଉଜଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା ଗୋବର୍ଦ୍ଧନ । ଏସମ୍ପର୍କରେ ଶିବଶଙ୍କର ଘରକୁ ଫେରି ନିଜ ପତ୍ନୀଙ୍କ ଠାରୁ ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ସାନଭାଇକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ବୁଝାସୁଝା କରିଥିଲା । କିନ୍ତୁ ସାନଭାଇ ଏଥିରେ ଉତକ୍ଷୀପ୍ତ ହୋଇ ଉଠି ବଡ଼ଭାଇକୁ ଲାତ ଗୋଇଠା ମାରିବାକୁ ଆରମ୍ଭ କରିଥିଲା । ପରେ ଶିବଶଙ୍କର ଘରେ ଥିବା ଏକ ଟାଙ୍ଗିଆରେ ଗୋବର୍ଦ୍ଧନକୁ ଆକ୍ରମଣ କରିଥିଲା । ଏଥିରେ ଗୋବର୍ଦ୍ଧନ ଗୁରୁତର ଭାବେ ଆହତ ହୋଇଥିବା ଦେଖି ଅବସ୍ଥାରେ ଗୋବର୍ଦ୍ଧନକୁ ସକାଳେ ପାଟଣାଗଡ଼ ଡାକ୍ତରଖାନା ଆଣିବା ବେଳେ ରାସ୍ତାରେ ହିଁ ତାର ପ୍ରାଣବାୟୁ ଉଡିଯାଇଥିଲା । ଲଳିତା ଶବରଙ୍କ ଏତଲାକୁ ଭିତ୍ତି କରି ପାଟଣାଗଡ଼ ଥାନାରେ ଭାରତୀୟ ପିଙ୍ଗଳକୋଡ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ସହ ଅଭିଯୁକ୍ତ ଶିବଶଙ୍କର ଶବରକୁ ପୁଲିସ୍ ଧରି ଆଣି ଅଧିକ ତଦନ୍ତ କରୁଛି । ମୃତକର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking