26.1 C
Bhubaneswar
Sunday, September 25, 2022
Homeଅପରାଧପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ

ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ

ନୟାଗଡ: ରକ୍ତ ରଞ୍ଜିତ ହେଲା ରାସଙ୍ଗ ଗାଁ ! ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଯୁବକଙ୍କୁ ଗୁଳି କରି ନିର୍ମମ ହତ୍ୟା । ଦେଶୀ ବନ୍ଧୁକରୁ ଗୁଳି ଚଳାଇ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଗଣିଆ ଥାନା ରାସଙ୍ଗ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ରଜତ ରାଉତ, ତାଙ୍କୁ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତି ହେଉଛନ୍ତି ତାରେନି ବେହେରା ଓ ସାଗର ବେହେରା । ସୂଚନା ଅନୁୟାୟୀ ରାସଙ୍ଗ ଗ୍ରାମର ରଜତ ରାଉତଙ୍କ ସହ ରାସଙ୍ଗ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେନି ବେହେରା ଓ ସାଗର ବେହେରାଙ୍କ ସହ ପୂର୍ବ ଶତ୍ରୁତା ରହିଥିଲା ।

ଗୁରୁବାର ରଜତ ରାଉତ ତାଙ୍କ ଟ୍ରାକ୍ଟର ନେଇ ପାଟିକଟା ମୁଣ୍ଡିଆକୁ ପଥର ଆଣିବା ପାଇଁ ଯାଉଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଜତଙ୍କ ସହ ତାରେନି ଓ ସାଗର ବଚସା କରିଥିଲେ, ଯାହା ପରେ ଉଗ୍ର ରୂପ ନେବାରୁ ସ୍ଥାନୀୟଲୋକେ ଆୟତ୍ତକୁ ଆଣିଥିଲେ, କିନ୍ତୁ କିଛି ବାଟ ଗଲା ପରେ ପୁଣି ତିନି ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ରଜତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ପରେ ଜଙ୍ଗଲରେ ମୃତଦେହ ସହିତ ଏକ ଦେଶୀ ବନ୍ଧୁକ ପଡିଥିବା ଦେଖି ଗ୍ରାମବାସୀ ଏବଂ ପରିବାର ଲୋକେ ଗଣିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦେଶୀ ବନ୍ଧୁକ ଜବତ କରି ତଦନ୍ତ ଚଲାଇଛି । ତେବେ ରଜତ ରାଉତଙ୍କୁ ହତ୍ୟା ପରେ ଦୁଇ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ, ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ କୌଣସି ପତ୍ତା ପାଇପାରିନାହିଁ । ସ୍ଥାନୀୟ ଅଞ୍ଚଳରେ ଏନେଇ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking