ଜମବାଡି ବିବାଦକୁ ନେଇ ଯୁବକଙ୍କୁ ମାରି ଟାଙ୍ଗିଦେଲେ, ଥାନାରେ ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଡ଼ୁବୁରୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକଙ୍କୁ ଜୀବନରେ ମାରି ଟାଙ୍ଗିଦେଲେ। ମୃତ୍ୟୁ ଯୁବକ ହେଲେ ଡ଼ୁବୁରୀ ଗ୍ରାମର କଳାକାର ରାଉତଙ୍କ ପୁଅ ଆଶିଷି ରାଉତ ଓରଫ (ଭିକି) । ତାଙ୍କୁ ଜୀବନରେ ମାରିକି ଗଛରେ ଟାଙ୍ଗି ଦେଇଥିଲେ। ସୁକିନ୍ଦା ଥାନା ହାତିବାରି ଗ୍ରାମର ଦିପକ ପାଗଡ ବୋଲି କଳିଙ୍ଗ ନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ କଳିଙ୍ଗନଗର ଥାନା ଅଧିକାରୀ ଶୁଶାନ୍ତ କୁମାର ଦାସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଦାନଗଦି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଥାନା ଅଧିକାରୀ ଶୁଶାନ୍ତ କୁମାର ଦାସ କହିଥିଲେ ଏହି ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ଆସାମୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here