27.1 C
Bhubaneswar
Thursday, April 25, 2024
Homeଅପରାଧଖଣ୍ଡାରେ ହାଣି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଖଣ୍ଡାରେ ହାଣି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ବାହାରପଲ୍ଲୀ ହ୍ରଦ ନିକଟରେ ଗତକାଲି ରାତିରେ ଖଜାପଲ୍ଲୀ ଗ୍ରାମର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରିଛନ୍ତି । ମୃତକଙ୍କ ପୁତୁରା ଏନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ ପୁଲିସ୍ କାହାରିକୁ ଗିରଫ କରିନଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ଗତକାଲି ରାଜେନ୍ଦ୍ର ରାତି ୮ଟାରେ କାର୍‌ରେ ବାହାରପଲ୍ଲୀକୁ ଯାଇଥିଲେ । ସେଠାରୁ ଫେରିବାବେଳେ ହ୍ରଦ ନିକଟରେ ପୂର୍ବ ଛକି ରହିଥିବା କିଛି ଦୁର୍ବୃତ୍ତ ବୋଲେରୋରେ ଆସି ତାଙ୍କ ଗାଡିକୁ ଅଟକାଇଥିôଲେ । ରାଜେନ୍ଦ୍ରଙ୍କୁ ବାହାରକୁ ଆସିବାକୁ କହିଥିଲେ । କିନ୍ତୁ ସେ ବାହାରକୁ ନ ଆସିବାରୁ ଗାଡି ଗେଟ କାଚ ଭାଙ୍ଗି ବାହାରକୁ ଟାଣି ନେଇ ଖଣ୍ଡାରେ ପେଟକୁ ହାଣିଥିଲେ । ରାଜେନ୍ଦ୍ରଙ୍କ ଶରୀରରୁ ଅତ୍ୟଧିକ ରକ୍ତଶ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

କାର ଚାଳକ ଓ ସହଯୋଗୀ ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । କିଛି ଗ୍ରାମବାସୀ ଆସିଯିବାରୁ ବୋଲେରୋ ଛାଡି ଦୁର୍ବୃତ୍ତମାନେ ଘଟଣାସ୍ଥଲରୁ ଫେରାର ହୋଇଯାଇଥିଲେ । ଘଟଣାର ତଦନ୍ତ ଚାଲୁ ରହିଥିବା ଆଇଆଇସି ପ୍ରଭାତ ସାହୁ କହିଛନ୍ତି । ଖଣ୍ଡା ସହ ବୋଲେରୋ ଓ ଇଣ୍ଡିଗୋ କାର ପୁଲିସ୍ ଜବତ କରିଛି । ଖୋଜାପଲ୍ଲୀ ଅଞ୍ଚଳର ମୃତ ରାଜେନ୍ଦ୍ର ବିଷୋୟୀ ଏବଂ ବାହାଦୁର ସ୍ୱାଇଁଙ୍କ ପରିବାର ମଧ୍ୟରେ ରାଜନୈତିକ ଶତ୍ରୁତା ଦୀର୍ଘ ବର୍ଷ ଧରି ଲାଗି ରହିଥିଲା । କିଛି ବର୍ଷ ପୂର୍ବେ ଅଞ୍ଚଳର ବାହାଦୁର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ପ୍ରତିହିଂସା ପରାୟଣ ହୋଇ ମୃତକଙ୍କ ଗୋଷ୍ଠୀର ବ୍ୟକ୍ତି ଗତ ଦୀପାବଳିରେ ବୋମା ମାଡ କରି ରାଜେନ୍ଦ୍ର ବିଷୋୟୀଙ୍କ ପୁଅର ଗୋଡକୁ ଅକାମି କରିଥିଲେ ।

ଏହାର ପ୍ରତିଶୋଧ ନେବାକୁ ଯାଇ ରାଜେନ୍ଦ୍ର ବିଷୋୟୀଙ୍କ ଗୋଷ୍ଠୀର ବ୍ୟକ୍ତିମାନେ ମଧ୍ୟ ଗତବର୍ଷ ମୃତ ବାହାଦୁର ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର ସ୍ୱାଇଁଙ୍କୁ ଦେଓଗାଁ ମୁଖ୍ୟରାସ୍ତାରେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ଆଜି ରାଜେନ୍ଦ୍ର ବାହାରପଲ୍ଲୀରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ । ରାଜେନ୍ଦ୍ର କିଛି ଦିନ ପୂର୍ବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜେଲରୁ ଆସିଥିôଲେ । ଆସନ୍ତା ୪ ତାରିଖରେ ସେ ପୁଣି ଜେଲ ଯାଇଥାନ୍ତେ । ଏହି ଘଟଣାରେ ୫ରୁ ୬ଜଣ ସମ୍ପୃକ୍ତ ଥିବା ନେଇ ମୃତକଙ୍କ ପୁଅ ସୁବ୍ରତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking