34.1 C
Bhubaneswar
Thursday, April 25, 2024
Homeଅପରାଧଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟାକାଣ୍ଡ

ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟାକାଣ୍ଡ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ହାତିବାଡି ଗ୍ରାମରେ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଜଣେ ଯୁବକ ମାମୁଁ ଶଶୁରକୁ ହତ୍ୟା କରିଛି । ଉକ୍ତ କଟାମୁଣ୍ଡକୁ ହାତରେ ଧରି ଗାଁରେ ବୁଲୁଥିବାର ଅଭାବନୀୟ ଘଟଣା ଦେଖି ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ ।
ସୂଚନା ଅନୁଯାୟୀ, ହାତିବାଡି ଗ୍ରାମର ଦଶରୁ ଗୌଡଙ୍କ ପୁଅ ଡମ୍ବରୁ ଗୌଡ(୨୦) ଏକ ବର୍ଷ ପୂର୍ବେ କମଳା ଗୌଡ଼କୁ ପ୍ରେମ ବିବାହ କରିଥିଲା । ବିବାହର ଅଳ୍ପଦିନ ମଧ୍ୟରେ ଗାଁରେ ରହୁଥିବା କମଳାର ମାମୁଁ ରତନ ଗୌଡ (୩୦) ପରିବାରଙ୍କ ସହ ଘନିଷ୍ଠତା ବଢିଥିଲା । ତେବେ କମଳାର ତା ମାମୁଁ ସହିତ ଘନିଷ୍ଠତାକୁ ଡମ୍ବରୁ ସହଜରେ ଗ୍ରହଣ କରିନପାରି ଦୁହଁଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ କରି ଅନେକଥର ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ଏପରିକି ଗାଁ’ରେ ମଧ୍ୟ ବର୍ଷକ ମଧ୍ୟରେ ପ୍ରାୟ ୫ ଥର ବୈଠକ ଡକାଯାଇ ଝଗଡାର ଆଶୁ ସମାଧାନ କରାଯାଇଛି । ତେବେ ଗତ ଗୁରୁବାର ଦିନ ଡମ୍ବରୁ ଏବଂ କମଳା ମଧ୍ୟରେ ପୁଣି ଝଗଡା ହେବାରୁ କମଳା ତା’ଭଉଣୀ ଘରକୁ ଚାଲିଯାଇଥିଲା । ତେବେ ମାମୁଁ କଥାରେ ପଡି ସେ ତାକୁ ଛାଡି ଚାଲିଯାଇଛି ସନ୍ଦେହ କରି ମାମୁଁ ଶଶୁରକୁ ହତ୍ୟା କରିବା ପାଇଁ ଡମ୍ବରୁ ପୂର୍ବରୁ ଯୋଜନା କରି ରତନର ଗତିବିଧିକୁ ଲକ୍ଷ୍ୟ କରିଥିଲା । ତେବେ ରତନ ଗୌଡ ଗାଁ’ ଠାରୁ ୧୦୦ ମିଟର ଦୂରତ୍ୱରେ ଥିବା ନାଳ ପାଖକୁ ଯାଇ ଗୁଣ୍ଡୁରୁ ଚଢେଇ ଧରିବା ପାଇଁ ଫାଶ ସଜାଡୁଥିଲା । ଠିକ୍ ସେତିକି ବେଳେ ଡମ୍ବରୁ ଏକ ଛୋଟ ଟାଙ୍ଗିଆ ଧରି ଡମ୍ବରୁ ନଇଁ ଥିବା ଅବସ୍ଥାରେ ଅତର୍କିତ ଭାବେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ପରେ ଗାଁ’ ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା, ପରେ କିଛି ଲୋକ ସାହାସ କରି ଡମ୍ବରୁକୁ ଥାନାକୁ ଯିବା ପାଇଁ ବୁଝାଇବାରୁ ସେ କଟାମୁଣ୍ଡଟିକୁ ଶରୀର ନିକଟରେ ରଖି ସଂଧ୍ୟା ସମୟରେ ଝରିଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା, ଘଟଣା ସମ୍ପର୍କରେ ଜାଣି ଥାନାଧିକାରୀ ଉମେଶ କୁମାର ସାହୁ, ଏସଆଇ ଅଶୋକ କୁମାର ପାଳ, ଟିମ ସହ ହାତିବାଡି ଗ୍ରାମ ଯାଇ ଘଟଣାସ୍ଥଳ ପରିଦର୍ଶନ କରି ଡମ୍ବରୁ ଠାରୁ ସମସ୍ତ ବିବରଣୀ ସଂଗ୍ରହ କରି ଟାଙ୍ଗିଆଟିକୁ ଜବତ କରିଥିଲେ ଆଉ ଆଜି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking