38.1 C
Bhubaneswar
Saturday, April 20, 2024
Homeଅପରାଧଦୁଇ ଝିଅଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ହତ୍ୟା

ଦୁଇ ଝିଅଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ହତ୍ୟା

ଗାଜିଆବାଦ : ରାଜଧାନୀ ଦିଲ୍ଲୀ ନିକଟ ଗାଜିଆବାଦର ବିଜୟନଗରଠାରେ ଜଣେ ଗଣମାଧ୍ୟମ ପ୍ରତିନିଧି ବିକ୍ରମ ଜୋଷୀଙ୍କୁ ତାଙ୍କର ଝିଅଙ୍କ ସମ୍ମୁଖରେ ସୋମବାର ରାତିରେ ଗୁଳିମାରି ହତ୍ୟା କରାଯାଇଛି। ସେ ମୋଟର ସାଇକଲରେ ନିଜର ଦୁଇ ଝିଅଙ୍କ ସହିତ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୁଣ୍ଡକୁ ଗୁଳି ଚଳାଇଥିବା ଓ ପରେ ବିକ୍ରମଙ୍କୁ ଏକ କାର୍ ଧକ୍କା ଦେଇଥିବା ସିସିଟିଭି ଚିତ୍ରରୁ ଦେଖାଯାଉଛି। ଏହି ସମୟରେ ଦୁଇ ଝିଅ ଜୀବନ ବିକଳରେ ଦୌଡ଼ୁଥିବା ଓ ପରେ ବାପାଙ୍କ ଶରୀର ନିକଟରେ ବସି ସାହାଯ୍ୟ ମାଗୁଥିବା ଦେଖାଯାଉଛି। ଏହି ଘଟଣାରେ ପୁଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ସହିତ ୯ଜଣଙ୍କୁ ଗିରଫ କରିଛି। ସେମାନେ ବିକ୍ରମଙ୍କ ପରିବାରର ଜଣାଶୁଣା ବୋଲି ପୁଲିସ କହିଛି। ବିକ୍ରମ ତାଙ୍କ ଝିଆରୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ହଇରାଣ ହରକତ କରୁଥିବା ନେଇ ପୁଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking