43.9 C
Bhubaneswar
Friday, April 19, 2024
Homeଅପରାଧଛାତ୍ରୀଙ୍କୁ ତଣ୍ଡିଚିପି ହତ୍ୟାକଲା ସମ୍ପର୍କୀୟ ଦାଦା 

ଛାତ୍ରୀଙ୍କୁ ତଣ୍ଡିଚିପି ହତ୍ୟାକଲା ସମ୍ପର୍କୀୟ ଦାଦା 

ନବରଙ୍ଗପୁର : ପ୍ରେମରୁ ହତ୍ୟା,କଲେଜରେ ପଢ଼ୁଥିବା ଛାତ୍ରୀକୁ ହତ୍ୟାକଲା ସମ୍ପର୍କୀୟ ଦାଦା । ଏଭଳି ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ଗ୍ରାମରେ । ଘଟଣାସ୍ଥଳରେ ତେନ୍ତୁଳିଖୁଣ୍ଟି ପୁଲିସ ପହଞ୍ôଚ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସମ୍ପର୍କୀୟ ଦାଦାକୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଥିବା ଥାନାଧିକାରୀ ପରମାନନ୍ଦ ସୁନାନୀ କହିଛନ୍ତି ।
ସୂଚନା ଅନୁଯାୟୀ, ଅଞ୍ଚଳଗୁମା ଗ୍ରାମର ସ୍ୱର୍ଗତ ନିଧି ଗଣ୍ଡାଙ୍କ ଝିଅକୁ ସେହିଗ୍ରାମର ସମ୍ପର୍କୀୟ ଦାଦା ଭୀଷ୍ମ ଗଣ୍ଡା(୨୪)ଦିର୍ଘଦିନରୁ ଏକତରଫା ପ୍ରେମ କରି ଆସୁଥିଲେ । ଗୁରୁବାର ଦିନ ସନ୍ଧ୍ୟାରେ ଭୀଷ୍ମ ଗଣ୍ଡା ସେହି ଝିଅକୁ ଡାକିଥିଲେ । ସ୍ଥାନୀୟ ଏକ ହାଇସ୍କୁଲ ପରିସରରେ ଦୁହେଁ କଥାବାର୍ତ୍ତା ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ କଥାବାର୍ତ୍ତା ହିଂସ୍ର ରୂପ ଧାରଣ କରିଥିଲା । ଭୀଷ୍ମ ଉତ୍ତ୍ୟକ୍ତ ହୋଇ ସେହି ଝିଅର ତଣ୍ଟିଚିପ ମାରିଦେଇଥିବା ମୃତଝିଅର ମା’ସୂର୍ଯ୍ୟ ଗଣ୍ଡା ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ମୃତ ଧରଣୀ ଗଣ୍ଡା(୨୨)ଏକ କଲେଜରେ ଶେଷବର୍ଷର କଳା ଛାତ୍ରୀ ଥିଲେ । ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲୁଥିବା ଥାନାଧିକାରୀ ଶ୍ରୀ ସୁନାନୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking