37.2 C
Bhubaneswar
Friday, April 19, 2024
Homeଅପରାଧଯୁବକଙ୍କ ଗଳାକାଟି ହତ୍ୟା

ଯୁବକଙ୍କ ଗଳାକାଟି ହତ୍ୟା

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ’ ନିକଟସ୍ଥ ଡୁଙ୍ଗରି ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଚୋରମରା ଗାଁ’ର ବର୍ଜୁ ରଣା(୫୪) । ମୃତକଙ୍କ ଗଳାରେ କ୍ଷତ ଚିହ୍ନ ଥିବା ନେଇ କେହି ତାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ମୃତକ ଚାଷ ସହ ଚଣା ବିକ୍ରି କରି ପରିବାର ଚଳାଉଥିଲେ । ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହରକୁ ଚଣା କିଣିବାକୁ ଆସି ସନ୍ଧ୍ୟାରେ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଚୋରମରା ଗାଁ’ରୁ ପ୍ରାୟ ୧ କିଲୋମଟିର ପୁର୍ବରୂ ଜାତୀୟ ରାଜପଥ ୫୯ରେ ରହିଥିବା ପେପର ମିଲରୁ ତେଲନଦୀ ରାସ୍ତାରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର କରିଥିଲେ । ତାଙ୍କ ସାଇକେଲଟି ରାସ୍ତା ସଂଲଗ୍ନ ଡୁଙ୍ଗରି ଉପରେ ଡେରା ହୋଇଥିବା ଦେଖିବାକୁ ମଳିଛି । ସାଇକେଲର ପଛ କ୍ୟାରିୟରରେ ଏକ ବସ୍ତା ବନ୍ଧା ଯାଇଥିବା ବେଳେ ଆଗରେ ଏକ ମୁଣା ଥିବା ଦେଖାଯାଇଛି । ସମ୍ପୃକ୍ତ ବ୍ୟକ୍ତି ନିଜ କାମ ବ୍ୟତୀତ ଅନ୍ୟ କୌଣସ କାର୍ଯ୍ୟରେ ମୁଣ୍ଡ ପୁରାଉ ନଥିବା ଗାଁ’ଲୋକେ କହଛନ୍ତି । ତିନି ଝିଅ ମଧ୍ୟରୁ ଦୁଇ ଜଣଙ୍କ ବିବାହ ହୋଇ ସାରିଥିବା ବେଳେ ପରିବାରରେ ସ୍ତ୍ରୀ ଓ ଜଣେ ଅବିବାହିତ ଝିଅ ଅଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଛାନଭିନ୍ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking