33.1 C
Bhubaneswar
Tuesday, May 17, 2022
Homeଅପରାଧକଲେଜ ପଢୁଆ ଝିଅ ବେକକୁ କାଟି ହତ୍ୟାକଲେ ଦୁର୍ବୁତ୍ତ

କଲେଜ ପଢୁଆ ଝିଅ ବେକକୁ କାଟି ହତ୍ୟାକଲେ ଦୁର୍ବୁତ୍ତ

ମୟୁରଭଞ୍ଜ(ଘାସିରାମ ବେହେରା)- ମହୁଲଡ଼ିହା ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ।ନୃଶଂସ ଭାବେ ହତ୍ୟା କରି ଖସିଗଲେ ଦୁର୍ବୃତ୍ତ। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଏଭଳି ନୃଶଂସହତ୍ୟାକାଣ୍ଡ ପଛରେ ପାରିବାରିକ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣାଟି ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିଆ ଗାଁ କଲୋନୀସାହିରେ ଘଟିଯାଇଛି। ଅପରାହ୍ନ ସମୟରେ ଘରେ ପଶି ଜଣେ କଲେଜ ପଢୁଆ ଝିଅକୁ ହାଣି ହତ୍ୟା  କରିଛନ୍ତି କେହି ଦୁର୍ବୁତ୍ତ। ଘରେ କେହି ନଥିବାର ସୁଯୋଗରେ ଏହି ହତ୍ୟାକାଣ୍ଡ କରାଯାଇଛି। ହତ୍ୟାକାଣ୍ଡର କୌଣସି ସଠିକ୍ କାରଣ ଜଣାପଡିବ ନାହିଁ । ଧାତିକିଡିଆ ଗାଁର ସୁନିଲ ସି ନିଜ ସ୍ତ୍ରୀ ଜେମାମଣିଙ୍କ ସହ ଖରାବେଳେ ନିକଟସ୍ଥ ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିଲେ । ଘରେ ଏକାକୀ ରହିଥିଲା କଲେଜରେ +୨ ପଢୁଆ ଝିଅ ସୁନୟନା । ଉଭୟ ସ୍ବାମୀ ସ୍ତ୍ରୀ ହାଟସାରି ଫେରିବା ବେଳେ ଝୀଅ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିଥିଲା । ସଙ୍ଗେ ସଙ୍ଗେ ତାକୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଖବରପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking