36.7 C
Bhubaneswar
Tuesday, April 16, 2024
Homeଅପରାଧସାବତ ମା'ର ତଣ୍ଟି ଚିପି ହତ୍ୟା କଲା ପୁଅ

ସାବତ ମା'ର ତଣ୍ଟି ଚିପି ହତ୍ୟା କଲା ପୁଅ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହା ଥାନା ଅନ୍ତର୍ଗତ ଚିତଲପୁର ଗ୍ରାମରେ ସୁନା ଅଳଙ୍କାର ଓ ଟଙ୍କା ଲୋଭରେ ସାବତ ମା’ସୁମତୀ ସାହୁ(୬୩)କୁ ଗାମୁଛା ସାହାଯ୍ୟରେ ନାବାଳକ ପୁଅ ତଣ୍ଟି ଚିପି ହତ୍ୟା କରିଥିବା ଅଭିେଯାଗ ହୋଇଛି। ସୁମତୀଙ୍କ ଭାଇ ପରମାନନ୍ଦ ସାହୁ ଏନେଇ କଣିହା ଥାନାରେ ଲିଖିତ ଅଭିେଯାଗ କରିବା ପରେ ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ଏକ ମାମଲା ରୁଜୁ କରି ସାଇଣ୍ଟଫିକ ଟିମ ମାଧ୍ଯମରେ ତଦନ୍ତ କରିବା ସହ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ପଠାଇଛନ୍ତି।
ସୂଚନା ଅନୁଯାୟୀ, ଚିତଲପୁର ଗ୍ରାମର ମନୁ କୁମାର ସାହୁ ଜଣେ ଏମସିଏଲ କର୍ମଚାରୀ | ସେ କଣିହା ଥାନା ସାନତ୍ରିବିଡା ଗ୍ରାମର ସୁମତୀ ସାହୁଙ୍କୁ ପ୍ରଥମେ ବିବାହ କରିଥିଲେ | ପିଲାଛୁଆ ନହେବାରୁ ମନୁ ଦ୍ବିତୀୟ ପତ୍ନୀ ଗ୍ରହଣ କରିଥିଲେ ଓ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ଦ୍ବିତୀୟ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ମନୁ ଏମସିଏଲ ଜଗନ୍ନାଥ କଲିୟରୀ କ୍ବାର୍ଟରରେ ରହୁଥିବାବେଳେ ପ୍ରଥମ ସ୍ତ୍ରୀ ସୁମତୀ ଏକୁଟିଆ ଚିତଲପୁର ଗ୍ରାମରେ ରହୁଥିଲେ। ଘରେ ତାଙ୍କ ସହିତ ଜଣେ ଭଡାଟିଆ ମଧ୍ଯ ରହୁଥିଲେ। ତେବେ ସୋମବାର ରାତି ପ୍ରାୟ ୧୦ଟାରେ ଘରେ ଭାଇ ପରମାନନ୍ଦ ଗୋପାଳପ୍ରସାଦ ଗ୍ରାମର ମଧୁସୂଦନ ସାହୁଙ୍କ ଠାରୁ ଭଉଣୀ ସୁମତୀଙ୍କ ମୃତୁ୍ୟ ହୋଇଥିବା ଖବର ପାଇ ସେଠାରେ ପରିବାର ସହ ପହଞ୍ଚିଥିଲେ | ସେଠାରେ ଘର ଅଗଣାରେ ଭଉଣୀର ବେକରେ ଗାମୁଛା ବନ୍ଧା ଯାଇଥିବା ସହ ନାକ ଓ ପାଟିରୁ ରକ୍ତ ବାହାରି ମରି ପଡିଥିବା ଦେଖିବାକୁ ପାଇବା ସହ ତାକୁ ତାର ୧୬ବର୍ଷିଆ ନାବାଳକ ପୁଅ ସୁନା ଓ ଟଙ୍କା ଲୋଭରେ ତଣ୍ଟି ଚିପି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ | ହତ୍ୟାକାଣ୍ଡ ଘଟାଇ ନାବାଳକ ପୁଅ ଫେରାର ହୋଇଯାଇଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking