32.1 C
Bhubaneswar
Tuesday, April 23, 2024
Homeଅପରାଧଗାଁ ଦାଣ୍ଡରେ ପଥରରେ ଛେଚି ହତ୍ୟା

ଗାଁ ଦାଣ୍ଡରେ ପଥରରେ ଛେଚି ହତ୍ୟା

ସମ୍ୱଲପୁର : ଗାଁ ଦାଣ୍ଡରେ ପଥରରେ ଛେଚି ଜଣଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି, ସମ୍ୱଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ନୂଆଅଧାପଡା ଗ୍ରାମରେ ।
ସୂଚନା ଅନୁଯାୟୀ, ରସାନନ୍ଦ ବୀରଗଣ୍ଠିଆ(୪୨)ଙ୍କୁ କେହି ଜଣେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟା କରିଥିଲେ ଜ୍ଝ ବୁଧବାର ସକାଳେ ଗ୍ରାମବାସୀ ରସାନନ୍ଦଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଏହା ପରେ ଯୁଯୁମରା ଆଇଆଇସି ତାରାବତୀ ପ୍ରଧାନ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ରସାନନ୍ଦଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବାବେଳେ ମୃତଦେହ ପାଖରୁ ଦୁଇଟି ରକ୍ତ ଭିଜା ପଥର ଜବତ କରାଯାଇଛି । ତେବେ ରସାନନ୍ଦଙ୍କ ମୃତଦେହ ସେହି ଗାଁରେ ରହୁଥିବା ତାଙ୍କ ବଡ ଭାଇ ତଥା ଗ୍ରାମରକ୍ଷୀ ଘାସିରାମ ବୀରଗଣ୍ଠିଆଙ୍କ ଘର ସାମ୍ନାରେ ପଡିଛି । ବଡ ଭାଇ ଓ ଭାଉଜ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ପୁଲିସର ସନ୍ଦେହ ବଢିଛି । ଘଟଣାସ୍ଥଳରୁ ଭଙ୍ଗା ଚୁଡ଼ି ସହ ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି । ରସାନନ୍ଦ ବୀରଗଣ୍ଠିଆଙ୍କ ପତ୍ନୀ ଓ ତିନିବର୍ଷର ଝିଅ ନିଜ ବାପଘରକୁ ଯାଇଥିବାବେଳେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଯାଇଛି । ତେବେ ପୁର୍ବଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି । ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking