27.1 C
Bhubaneswar
Friday, March 29, 2024
Homeଅପରାଧଟ୍ରକ ଭିତରେ ଗାଡି ଚାଳକଙ୍କୁ ହତ୍ୟା : ହେଲପର ଫେରାର

ଟ୍ରକ ଭିତରେ ଗାଡି ଚାଳକଙ୍କୁ ହତ୍ୟା : ହେଲପର ଫେରାର

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ନିକଟରେ ପାର୍କିଙ୍ଗ କରିଥିବା ଏକ ଟ୍ରକ ଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ସମୟରେ ରାଉଲକେଲାରୁ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ମଧ୍ୟରେ ଥିବା ଏଲଆଣ୍ଡଟି କମ୍ପାନି ରୁ ମାଲ ନେଇ ଆସୁଥିବା ସମୟରେ ଗାଡିଟି ପାର୍କିଂ କରି ଅଟକି ରହିଥିଲା। ବୁଧବାର ସକାଳେ ମାଲ ବୋଝେଇ ଟ୍ରକଟି ଦିର୍ଘ ସମୟ ଧରି ପେଟ୍ରୋଲ ପମ୍ପରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଗାଡି ନିକଟକୁ ଯାଇ ଡ୍ରାଇଭରଙ୍କୁ ଡାକି କବାଟ ବାଡେଇଥିଲେ। ଗାଡିଚାଳକ କବାଟ ଖୋଲିନଥିବାରୁ ଗାଡି ଭିତରକୁ ଯାଇ ଦେଖିବା ବେଳେ ଗାଡି ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଡି ଚାଳକ ପଡି ରହିଥିଲେ ଏବଂ ଗାଡି ନିକଟରେ ରକ୍ତ ପଡିଥିବା ଦେଖି ଟିକିରି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ଡକାଇ ଘଟଣାର ତଦନ୍ତ ଚଲାଇଛି। ତେବେ ଟ୍ରକ ମଧ୍ୟରେ ଧାରୁଆ ଛୁରି ସାହାଯ୍ୟରେ ଗାଡି ଚାଳକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ପୁଲିସ ଟ୍ରକ ମଧ୍ୟରୁ ଛୁରି ଟି ଜବତ କରିଛି। ସେହିପରି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି। ମାଲବାହି ଟ୍ରକରେ ହତ୍ୟା କରାଯାଇଥିବା ଗାଡିଚାଳକଙ୍କ ପରିଚୟ ମିଳିଛି। ସେ ଆସିକା ଅଞ୍ଚଳର ସୁରେନ୍ଦ୍ରନାଥ ପାତ୍ର ବୋଲି ଜଣା ପଡିଛି। ତେବେ ଟ୍ରକରେ ଆଉ ଜଣେ ବ୍ୟକ୍ତି ହେଲପର ଭାବେ ଆସିଥିବା ସୂଚନା ମିଳିଛି। ଗାଡିର ହେଲପର ଫେରାର ଥିବାରୁ ସେ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପରିବାର ଲୋକେ ଆସି ମୃତ ଦେହ ଚିହ୍ନଟ କରିବା ପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking