33.1 C
Bhubaneswar
Thursday, April 25, 2024
Homeଅପରାଧବିଚ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ବିଚ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମାଣ୍ଡପା ସାହିଠାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ରାଧାକୃଷ୍ଣ ବଜାରର ପୂର୍ଣ୍ଣଚନ୍ଦ୍ର ବେହେରା (ମିଛୁ)ଙ୍କୁ ଦୁଇ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ହାଣିହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ମାଣ୍ଡପା ସାହିର ତେଲି ସାହି ଛକଠାରେ ଥିବା ବେଳେ ଦୁଇଜଣ ଯୁବକ ମାରଣାସ୍ତ୍ର ଯୋଗେ ତାଙ୍କୁ ଆକ୍ରମଣ କରିଥିଲେ। ମିଛୁ ନଜକୁ ବଂଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କ କବଳରୁ ବର୍ତି ପାରି ନଥିଲା । ମିଛୁଙ୍କ ଗୋଡ ଓ ଶରୀରରେ ଏକାଧିକ ସ୍ଥାନରେ ଆଘାତ ଲାଗିବା ସହ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ଟାଉନ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ରାଧାକୃଷ୍ଣ ବଜାରର ବାବାଜି ଷଣ୍ଢ ଓ କାଳିଆ ମାଟି ଏହି ହତ୍ୟାକାଣ୍ଡ ଘଟାଇଥିବା ଆଇଆଇସି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ଏହି ହତ୍ୟାକାଣ୍ଡର କାରଣ ବୋଲି ପୁଲିସ କହିଛି। ଏହି ହତ୍ୟାକାଣ୍ଡ ପରେ ପଦ୍ମ ବଜାର ଓ ମାଣ୍ଡପା ସାହିର ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking