34.1 C
Bhubaneswar
Friday, March 29, 2024
Homeଅପରାଧଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଟିକାବାଲି : ଟିକାବାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ସାରଙ୍ଗଗଡ଼ ଥାନା ପାବୁରିଆରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି । ସନ୍ଧ୍ୟାରେ ଦୁର୍ବୃତ୍ତମାନେ ସଚ୍ଚିଦାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏପରିକି ଖଣ୍ଡା ଚୋଟରେ ସଚ୍ଚିଦାନନ୍ଦଙ୍କ ବାମ ହାତ ଛିଣ୍ଡି ଯାଇଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି । ସଚ୍ଚିଦାନନ୍ଦଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ରାସ୍ତା ଉପରେ ପଡ଼ି ରହିଛି । ସେହି ଅଞ୍ଚଳରେ ଥିବା ଦୋକାନ ବଜାର ଗୁଡିକ ବ୍ୟବସାୟୀ ମାନେ ବନ୍ଦ କରି ପଳାଇଯାଇଛନ୍ତି । ଖବରପାଇ ଘଟଣାସ୍ଥଳରେ ଏସଡିପିଓ ଜୟକୃଷ୍ଣ ବେହେରା ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ସଚ୍ଚିଦାନନ୍ଦ ଜଣେ ବିଜେପି କର୍ମୀ ହୋଇଥିବାରୁ ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତାରୁ ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରୁଛି ।
ସୂଚନା ଅନୁସାରେ,ଆଜି ସନ୍ଧ୍ୟା ୬ଟା ବେଳେ ତିନିରୁ ଚାରିଜଣ ଯୁବକ ଖଣ୍ଡା ଧରି ସଚ୍ଚିଦାନନ୍ଦଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଭୟରେ ସ୍ଥାନୀୟ ଲୋକେ ଦେଖୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରିପାରି ନଥିଲେ । ଶେଷରେ ସଚ୍ଚିଦାନନ୍ଦ ରାଜସ୍ବ କାର‌୍ୟ୍ୟାଳୟ ନିକଟରେ ପଡ଼ିଯିବା ପରେ ଯୁବକମାନେ ତାଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ । ଘଟଣାସ୍ଥଳରେ ହିଁ ସଚ୍ଚିଦାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏହା ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking