30.1 C
Bhubaneswar
Wednesday, April 24, 2024
Homeଅପରାଧସୂଚନା ଅଧିକାରୀ କର୍ମୀଙ୍କୁ ହତ୍ୟା ! : ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ

ସୂଚନା ଅଧିକାରୀ କର୍ମୀଙ୍କୁ ହତ୍ୟା ! : ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଭଗବାନପୁର-ବେରୁହାଁ ରାସ୍ତା କଡ଼ରୁ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ (ନିଲୁ/୪୨)ଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି । ତେବେ ରଞ୍ଜନଙ୍କ ମୃତ୍ୟୁ କିପରି ଘଟିଛି ତାହା ସ୍ପଷ୍ଟ ହୋଇନି ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଭିଣୋଇ ବଳରାମ ଦାସ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରଞ୍ଜନ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଆଖିରୁ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି । ରଞ୍ଜନଙ୍କ ଘର ପାଟକୁରା ଥାନା ମାଣିକପୁର ଗ୍ରାମରେ । ରଞ୍ଜନଙ୍କ ମୃତଦେହ ନିକଟରେ ବାଇକ୍ , ଏକ ବ୍ୟାଗ , ହେଲମେଟ୍‌, ମୋବାଇଲ ଓ କିଛି କାଗଜପତ୍ର ଉଦ୍ଧାର କରାଯାଇଛି । ଏହାକୁ ନେଇ ତାଙ୍କ ପରିବାର, ସମ୍ପର୍କିୟମାନେ ନ୍ୟାୟ ଦାବିରେ ଚଣ୍ଡିଖୋଲ – ପାରାଦୀପ ୫(କ)ନମ୍ବର ଜାତୀୟ ରାଜପଥର ହଳଦିଆଗୋଡ଼ାରେ ଅବରୋଧ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତି ଶେଖର ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ଧାରଣା ପ୍ରତ୍ୟାହାର କରାଯାଇଥିଲା ।
ସୂଚନା ଅନୁଯାୟୀ, ସୂଚନା ଅଧିକାର ଆଇନ ବଳରେ ରଞ୍ଜନ ରାଜ୍ୟ, ଜିଲ୍ଲା , ବ୍ଲକ ତଥା ପଂଚାୟତସ୍ତରରେ ହେଇଥିବା ବିଭିନ୍ନ ଦୂର୍ନୀତିକୁ ଲୋକଲୋଚନକୁ ଆଣୁଥିଲେ । ଅନେକ ସମୟରେ ଚିଙ୍ଗୁଡ଼ି ମାଫିଆ, ମଦ ବ୍ୟବସାୟୀ ଓ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏ ନେଇ ତାଙ୍କୁ ପୂର୍ବରୁ ଅନେକ ଥର ଧମକ ମିଳୁଥିଲା । ଶୁକ୍ରବାର ରାତିରେ ଯୋଜନା କରି ରଂଜନଙ୍କୁ ମାରି ଏଠାରେ ଫୋପାଡ଼ି ଦିଆଯ।।ଇଥିବା ତାଙ୍କ ଭିଣୋଇ ଅଭିଯୋଗରେ ଦର୍ଶାଇଛନ୍ତି । ଅପରପକ୍ଷରେ ରଞ୍ଜନଙ୍କ ମୃତ୍ୟୁ କିପରି ହୋଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ପୁଲିସ କହିଛି । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତି ଶେଖର , ଏସଡିପିଓ ରାଜୀବ ଲୋଚନା ପଣ୍ଡା , ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା , ସ୍ପେଶାଲ ସ୍କାୱାଡ୍ ସବ ଇନ୍‌ସ୍ପେକ୍ଟର ପି କେ କାନୁନଗୋ ପହଂଚିବା ସହ ସନ୍ଧାନୀ କୁକୁର ଓ ସାଇଂଟଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking