ଘରୋଇ କଳିରୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ନୂଆସାହି ରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହ କୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିବା ଓ ପରେ ଉତକ୍ଷିପ୍ତ ହୋଇ ସ୍ୱାମୀ ହୃଷିକେଶ ସାହୁ ସ୍ତ୍ରୀ ସନ୍ଧ୍ୟା ସାହୁ ଙ୍କୁ କୁରାଢ଼ୀ ରେ ମୁଣ୍ଡକୁ ହାଣି ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ହୃଷୀକେଶ ଙ୍କ ଘରେ ତାଙ୍କ ମା, ଭାଇ, ପତ୍ନୀ ଓ ଦୁଇ ସନ୍ତାନ କୁ ନେଇ ତାଙ୍କ ପରିବାର । ହୃଷିକେଶ ବାସନକୁସନ ବ୍ୟବସାୟୀ । ତେବେ ଘରୋଇ କଳିରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟା କରି ସ୍ୱାମୀ ହୃଷିକେଶ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସନ୍ଧ୍ୟା ସାହୁଙ୍କ ଘର ଆନ୍ଧ୍ରପ୍ରଦେଶ ପର୍ବତୀପୁର ହୋଇଥିବା ବେଳେ ତାଙ୍କ ଘରକୁ ପୋଲିସ ଖବର ଦେଇଥିବା ଡ଼ିଏସପି କହିଛନ୍ତି । ସଂଧ୍ୟାଙ୍କ ପରିବାର ପକ୍ଷରୁ ଅଭିଯୋଗ ମିଳିବା ପରେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ।
https://onakhabar.com/2020/01/28/bouncer-arrested/