30.1 C
Bhubaneswar
Wednesday, April 24, 2024
Homeଅପରାଧବାଇକ୍ ପାଇଁ ନବବଧୂଙ୍କୁ ହତ୍ୟା! 

ବାଇକ୍ ପାଇଁ ନବବଧୂଙ୍କୁ ହତ୍ୟା! 

ନୟାଗଡ  : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋଡ଼ିମଡ଼ା ଗ୍ରାମରେ ଆଜି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଚଳାଇଥିବା ବେଳେ ସ୍ୱାମୀ, ଶାଶୁ, ଶ୍ୱଶୁର ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ଶରଣକୂଳ ଥାନା ଶିଙ୍ଗାରପୁର ଗ୍ରାମର ସୁବାସ ନାୟକଙ୍କ ଝିଅ ରଶ୍ମିତା ନାୟକ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ଅନ୍ତରା ନାୟକଙ୍କ ପୁଅ ଟିକିନା ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ରଶ୍ମିତାଙ୍କ ପରିବାର ୩୦ ହଜାର ଟଙ୍କା ଯୌତୁକ ଦେବା ସହ ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ । ମାତ୍ର ବିବାହ ପରଠାରୁ ଶାଶୁଘର ପକ୍ଷରୁ ଏକ ମୋଟରସାଇକେଲ ପାଇଁ ଦାବି କରାଯାଉଥିବା ବେଳେ ଆଜି ଉକ୍ତ କାରଣରୁ ରଶ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ୱାମୀ, ଶାଶୁ, ଶ୍ୱଶୁର ଏବଂ ନଣନ୍ଦ ମିିଶି ଟିକିନାଙ୍କୁ ଦଳଚକଟା କରି ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ରଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଅନୁସନ୍ଧାନ ଚଳାଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଶାଶୁ ଘର ପରିବାର ସମସ୍ତେ ଫେରାର ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking