38.8 C
Bhubaneswar
Friday, April 19, 2024
Homeଅପରାଧପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଚିନ୍ତଲୱଡା ପଞ୍ଚାୟତର ଵଟଣିଗୁଡାର ଦେବା ମାଡକାମୀଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦେବା ମାଡକାମୀଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କୁ ଗୁଣିଗାରେଡି ସନ୍ଦେହ,  ଗଛ ପଟା କାଟିବା ଓ ବନ ବିଭାଗ ଲୋକ  ଦ୍ଵାରା  ପଟା ଜବତ କରିବାକୁ କେନ୍ଦ୍ର କରି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି  ।
ଗ୍ରାମବାସୀଙ୍କ କହିବା ଅନୁସାରେ , ଗତକାଲି ରାତି ପ୍ରାୟ ଦଶଟା ବେଳକୁ ଗ୍ରାମ ଠାରୁ ୩୦୦ ମିଟର ଦୂରରେ  ଦେବା ମାଡକାମୀ ଶୋଇଥିବା ବେଳେ ତିନି ଜଣ ଦୁର୍ବୁତ୍ତ ମାନେ ତାଙ୍କୁ ଟାଙ୍ଗିଆ ହାଣି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ ଆଣିଛନ୍ତି ।  କାଲିମେଳା ଥାନା ଏଏସଆଇ ଶ୍ରୀ ଶଶୀଧର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଥାନାରୁ ଏସଆଇ ଓ କନେଷ୍ଟବଳ ଘଟଣା ସ୍ଥାନକୁ ଯାଇଛନ୍ତି ତଦନ୍ତ ପରେ ହିଁ ସବୁ କିଛି କହିହେବ ।
https://onakhabar.com/2020/01/04/tension/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking