28.1 C
Bhubaneswar
Saturday, April 20, 2024
Homeଅପରାଧଯୁବକଙ୍କୁ ପିଟି ପିଟି ମାରିଦେଲେ

ଯୁବକଙ୍କୁ ପିଟି ପିଟି ମାରିଦେଲେ

ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା । ବଣଭୋଜି ଚାଲିଥିବା ବେଳେ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଝଟିଛି, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଜଲଙ୍ଗା ଗାଁ’ରେ । ମୃତକ ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ ଗାଁ ପିଲାଙ୍କ ସହ ରାତିରେ ବଣଭୋଜି କରୁଥିଲେ । ସେହି ଗାଁର ଜନୈକ ଯୁବକ ପ୍ରଶାନ୍ତ ବେହେରା ତାଙ୍କୁ ଭୋଜି ନିକଟରୁ କୌଣସି କାମର ଡାକିନେଇଥିଲା । ସତ୍ୟବ୍ରତ ଆସିବା ଡ଼େରି ହେବାରୁ ଗାଁ ପିଲା ଖୋଜାଖୋଜି କରିଥିଲେ । ପରେ ନିକଟସ୍ଥ ଏକ ପଡିଆରୁ ସତ୍ୟବ୍ରତଙ୍କ ମୃତଦେହ ମିଳିଥିଲା । ମୃତଦେହର ବେକରେ ଏକ ଚିହ୍ନ ଥିବା ଦେଖିବା ପାଇଁ ମିଳିଛି ଓ ମୁଣ୍ଡରେ ଲୁହା ରଡରେ ମାଡ଼ ବସିଥିବା ଦେଖିବାକୁ ମିଳିଥିଲା । ପ୍ରଶାନ୍ତ ବେହେରା ତାଙ୍କୁ ଡାକିନେଇଥିବା ବେଳେ ସେହି ଗାଁ ର ଅନ୍ୟ ଦୁଇଜଣ ଯୁବକ ହତ୍ୟା ରେ ସମ୍ପୃକ୍ତି ଥିବା ନେଇ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭଦ୍ରକ ଗ୍ରାମ଼ାଞ୍ଚଳ ଥାନା ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking