28.1 C
Bhubaneswar
Friday, March 29, 2024
Homeଅପରାଧନିଜେକୁ ନିଜେ ନ୍ୟାୟ ଦେଲେ ଦୁଷ୍କର୍ମ ପୀଡ଼ିତା

ନିଜେକୁ ନିଜେ ନ୍ୟାୟ ଦେଲେ ଦୁଷ୍କର୍ମ ପୀଡ଼ିତା

ଚେନ୍ନାଇ : ନିଜେକୁ ନିଜେ ନ୍ୟାୟ ଦେଇଛନ୍ତି ଦୁଷ୍କର୍ମ ପୀଡ଼ିତା । ଦୀର୍ଘ ଚାରିବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଆସୁଥିଲା ଅଭିଯୁକ୍ତ । ଅନ୍ତରଙ୍ଗ ମୁହୁର୍ତର ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲା ଅଭିଯୁକ୍ତ । ଏହି ସମସ୍ୟାକୁ ଶେଷ କରିବାକୁ ନିଷ୍ପତି ନେଲେ ପୀଡ଼ିତା । ଏନେଇ ଅଭିଯୁକ୍ତର ଆଖିରେ କପଡ଼ା ବାନ୍ଧି ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲେ । ସୋମବାର ରାତିରେ ଏହି ୫୪ବର୍ଷୀୟ ଯୁବକର ମୃତଦେହ ଏକ ଖେଳ ପଡ଼ିଆରୁ ଉଦ୍ଧାର ହେବା ପରେ ମଙ୍ଗଳବାର ପୁଲିସ ଯୁବତୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ନାଁ ଶେଖର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପୀଡ଼ିତା ଅଭିଯୁକ୍ତ ଶେଖରର ବନ୍ଧୁ ଥିଲେ । ପୀଡ଼ିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଶେଖର ତାଙ୍କ ପରିବାରକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଆସୁଥିଲେ । ଘରକୁ ଯିବା ଆସିବା ଭିତରେ ସେ ଯୁବତୀଙ୍କ ଆଡ଼କୁ ଆକର୍ଷତ ହୋଇଯାଇଥିଲେ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିବା ଆରମ୍ଭ କରିଥିଲେ । ଏନେଇ ଯୁବତୀ କାହାକୁ କିଛି ନକହୁ ସେଥିପାଇଁ ଶେଖର ବେଳେ ବେଳେ ବହୁତ ମୂଲ୍ୟବାନ ଉପହାର ମଧ୍ୟ ଆଣି ଦେଉଥିଲେ । ୪ବର୍ଷ ପର୍ଯ୍ୟନ୍ତ ଘରର ଆର୍ଥିକ ପରିସ୍ଥିତି ଦେଖି ଯୁବତୀ ଚୁପ ରହୁଥିଲେ ଏବଂ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତି ନେଇଥିଲେ । ହେଲେ ଏ ବିଷୟରେ ଶେଖରକୁ ଜଣାପଡ଼ିବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଦେବ ବୋଲି ଶେଖର ଧମକ ଦେଇଥିଲା । ଶେଖର ଧମକ ଯୁବତୀ ଶୁଣିବା ପରେ ସୋମବାର ଘର ପାଖ ଏକ ଖେଳ ପଡ଼ିଆକୁ ଡ଼ାକି ତାଙ୍କ ଆଖି ବନ୍ଦ କରିବାକୁ କହି କପଡ଼ା ବାନ୍ଧି ଦେଇଥିଲେ ଯୁବତୀ । ପରେ ଏକ ଧାରୁଆ ଅସ୍ତ୍ରରେ ଶେଖର ଗଳା କାଟି ଦେଇଥିଲେ । ସ୍ଥାନୀୟ ଲୋକେ ମୃତଦେହକୁ ଦେଖିବାପରେ ପୁଲିସରେ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ଯବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଯୁବତୀଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking