27.1 C
Bhubaneswar
Friday, March 29, 2024
Homeଓଡିଶାକମେଣ୍ଟ ମରାକୁ କେନ୍ଦ୍ର କରି ଗାଁ' ଦାଣ୍ଡରେ ହତ୍ୟା

କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ’ ଦାଣ୍ଡରେ ହତ୍ୟା

କାମାକ୍ଷାନଗର : କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟା। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ। ଗୁରୁତର ଜଣଙ୍କ ହେଲେ ତାଙ୍କ ପୁଅ ମୋହନ ବାଇ।

ସୂଚନା ଅନୁଯାୟୀ,  ମୋହନ ବାଇଙ୍କ ଝିଅ ପ୍ରତିଦିନ କଲେଜ ଯିବାବେଳେ ଗାଁର କିଛି ଯୁବକ ତାଙ୍କୁ କମେଣ୍ଟ ମାରୁଥିଲେ। ଯୁବକମାନେ ବାରମ୍ବାର ତାଙ୍କୁ ଏଭଳି କମେଣ୍ଟ ମାରୁଥିବାରୁ ଯୁବତୀ ଜଣଙ୍କ  ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏଥିରୁ ନିବୃତ୍ତ ରହିବାକୁ ଗତକାଲି ସନ୍ଧ୍ୟାରେ ମୋହନ ଯୁବକମାନଙ୍କୁ କହିଥିଲେ। ଏନେଇ ଯୁବକମାନଙ୍କ ସହ ମୋହନଙ୍କର କଥା କଟାକଟି ହୋଇଥିଲା। ଏହାପରେ ଯୁବକମାନେ ମୋହନଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ମୋହନଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପୁଅକୁ ରକ୍ଷା କରିବାକୁ ଯାଇଥିଲେ। ହେଲେ ନିଜେ ଆକ୍ରମଣର ଶିକାର ହୋଇଥିଲେ। ଯୁବକମାନେ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ ଯୁବତୀଙ୍କ ଜେଜେବାପା ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ମୋହନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ପରଜଙ୍ଗ ପୋଲିସ୍‌ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking