27.1 C
Bhubaneswar
Thursday, April 25, 2024
Homeଅପରାଧକାଠ ଫାଳିଆରେ ସାଙ୍ଗକୁ ବାଡ଼େଇ ମାରିଦେଲା ସାଙ୍ଗ

କାଠ ଫାଳିଆରେ ସାଙ୍ଗକୁ ବାଡ଼େଇ ମାରିଦେଲା ସାଙ୍ଗ

କୋରାପୁଟ : ବନ୍ଧୁ ସାଜିଲା ବଇରୀ । ନିଜ ସାଙ୍ଗକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତର ଭୂମିଆଗୁଡାରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଆଉ ଏହାର ମୂଳ କାରଣ ମଦ ନିଶା ବୋଲି କୁହାଯାଉଛି ।
ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଙ୍ଗକୁ ଗାଁ ଦାଣ୍ଡରେ କାଠ ଫଳିଆରେ ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ଭୂମିଆଗୁଡା ଗାଁର ଡମ୍ବୁରୁ ଭୂମିଆ ନିଶାସକ୍ତ ଅବସ୍ଥାରେ ନିଜ ଘରେ ଝଗଡ଼ା କରିଥିଲା । ପୁଣି ଗାଁ ଦାଣ୍ଡରେ ନିଜ ପରିବାର ଲୋକଙ୍କୁ ଗାଳିଗୁଲଜ କରି ବୁଲୁଥିଲା । ରାତି ପ୍ରାୟ ୧୨ଟା ସମୟରେ ସେହି ଗାଁର ଭରତ ନାୟକ ଡମ୍ବୁରୁ ଭୂମିଆଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ । ହେଲେ ନିଶାସକ୍ତ ଅବସ୍ଥାରେ ଥିବା ଡମ୍ବୁରୁ ବୁଝିବେ କଣ ଓଲଟା ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ କାଠ ଫାଳିଆରେ ହଠାତ ଭରତଙ୍କୁ ଆକ୍ରମଣ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା ଭରତ।

ସଙ୍ଗେ ସଙ୍ଗେ ପରିବାର ଲୋକେ ଘରକୁ ନେଇ ତାଙ୍କ ପାଟିରେ ପାଣି ଦେଇଥିଲେ । ହେଲେ ସେତେବେଳେକୁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି କାଠ ଫାଳିଆ ଜବତ କରିଛି । ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏହା ସହିତ ହତ୍ୟାକାରୀ ଡମ୍ବୁରୁ ଭୂମିଆଙ୍କୁ ପୋଲିସ କାବୁ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking