34.1 C
Bhubaneswar
Thursday, April 25, 2024
Homeଅପରାଧମିଶିକି ଭୋଜି କଲେ, ଆଉ ଶେଷରେ ମାରିଦେଲେ

ମିଶିକି ଭୋଜି କଲେ, ଆଉ ଶେଷରେ ମାରିଦେଲେ

ଜଗତସିଂହପୁର : ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ । ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ । ଭୋଜିରେ ପ୍ରଶାନ୍ତ ବେହେରା ,କେଶବ ବେହେରା ,ବାବି ଓ କେଶବର ସ୍ତ୍ରୀ ରୀନା ବେହେରା ଉପସ୍ଥିତ ଥିଲେ । ରାତିରେ ଭୋଜି ସାରିବା ପରେ ପୂର୍ବ ଶତ୍ରୁତାରୁ ହେଉ କିମ୍ବା କୌଣସି କାରଣରୁ କେଶବ ଓ ପ୍ରଶାନ୍ତ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସବୁ ମିଶି ରାମକୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ମାଛଗାଁ କେନାଲରୁ ରାମର ମୃତଦେହର କିଛି ଅଂଶ ମିଳିଛି । ପୋଲିସ ତିନି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଗାଁରେ ଏବେ ଉତ୍ତେଜନା ଦେଖାଦେଇଛି । ରାମ ଚନ୍ଦ୍ର ସାହୁଙ୍କୁୁ କିଏ ମାରିଛି, କାହିଁକି ମାରିଲା ତୁରନ୍ତ ଏହି ଘଟଣାର ପର୍ଦ୍ଦାଫାସ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking