34.1 C
Bhubaneswar
Friday, March 29, 2024
Homeଅପରାଧସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସ୍ରିଙ୍ଗାଉଲି ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ପାରିବାରିକ କଳହକୁ ନେଇ କେବେ ହତ୍ୟା ତ କେବେ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳେ । ତେବେ ଏଠାରେ ମଧ୍ୟ ସେହିଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସ୍ରିଙ୍ଗାଉଲି ଜିଲ୍ଲାରୁ ରାହୁଲ କପାଡିଆ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀ ରାନୀ କପାଡିଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ,ରାହୁଲ କିଛି କାମ କରୁନଥିବା ବେଳେ ପ୍ରତିଦିନ ମଦ ପିଇ ନିଶାରେ ରହୁଥିଲା । ଏଥିସହ ସ୍ତ୍ରୀକୁ ହଇରାଣ କରିବା ସହ ମାରପିଟ୍ କରୁଥିଲା । ରବିବାର ପୂର୍ବାହ୍ନରେ ମୋହନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ମଇନା ସହ ଯୁକ୍ତିତର୍କ କରିଥିଲା । ପରେ ଏକ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା । ଘଟଣାସ୍ଥଳରେ ହିଁ ରାନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଖବରପାଇ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ରାହୁଲ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking