27.1 C
Bhubaneswar
Friday, March 29, 2024
Homeଅପରାଧପନିକିରେ ସ୍ତ୍ରୀର ବେକକୁ କାଟିଲା ସ୍ୱାମୀ

ପନିକିରେ ସ୍ତ୍ରୀର ବେକକୁ କାଟିଲା ସ୍ୱାମୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗ୍ରାମରେ ମଙ୍ଗଳବାର ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୁଡ଼ିଆକାଟେଣୀ ନିକଟସ୍ଥ ନାଣ୍ଡିପୋଲିଆ ଗ୍ରାମ ବାଉତୀରଗଡ଼ା ସାହିର ସୁବାସ ନାୟକ ତା’ର ପତ୍ନୀ ସବିତା ନାୟକ (୨୫)ଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ପୁଲିସ ସୁବାସ ଓ ତା’ର ମା’ ପ୍ରମିଳା ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁବାସ ତା’ର ସ୍ତ୍ରୀକୁ ହତ୍ୟା କରିଥିବା ନେଇ ପାଖପଡ଼ୋଶୀ ଜାଣିବାରେ ସେମାନେ ଝିଅ ଘରକୁ ଖବର ଦେଇଥିଲେ । ମୃତ ସବିତାଙ୍କ ଭାଇ ସୁଶାନ୍ତ ନାୟକ ଖବରପାଇ ଭଉଣୀ ଘରେ ପହଂଚି ତାକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେ ଏ ସମ୍ପର୍କରେ ମୋଟଙ୍ଗା ଥାନାରେ ଅଭିଯୋଗ କରିଥିଲେ । ସୁବାସଙ୍କ ଅଭିଯୋଗ ଅନୁଯାୟୀ ବର୍ଷକ ତଳେ ରାସୋଳ ଥାନା ଅନ୍ତର୍ଗତ ବାବନ୍ଧ ଗ୍ରାମର ସବିତାଙ୍କୁ ସୁବାସ ବିବାହ କରିଥିଲେ । ସବିତାଙ୍କର ଏହା ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପ୍ରଥମ ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ବାହାରେ ରହିବାରୁ ସବିତା ଏକୁଟିଆ ହୋଇଯାଇଥିଲେ । ତେବେ ସବିତା ଓ ସୁବାସଙ୍କ ବାହାଘର ୧ ବର୍ଷ ହୋଇଥିଲେ ହେଁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା । ସୁଶାନ୍ତଙ୍କ କହିବାନୁଯାୟୀ ସୁବାସ ଯୌତୁକ ବାବଦ ଟଙ୍କା ଦାବି କରୁଥିଲେ । ତେବେ ସବିତାଙ୍କ ପରିବାର ସକ୍ଷମ ନଥିବାରୁ ତାଙ୍କୁ ଶାଶୁ ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ମଙ୍ଗଳବାର ରାତିରେ ଦିନ ମଜୁରିଆ ଥିବା ସୁବାସ ମଦ୍ୟପାନ କରି ତାର ସ୍ତ୍ରୀ ସବିତା ସହିତ କୌଣସି କାରଣରୁ ବଚସା ହୋଇଥିଲା । ସୁବାସ ପାଖରେ ପଡିଥିବା ଏକ ପନିକି ସାହାଯ୍ୟରେ ପତ୍ନୀର ଗଳାକୁ କାଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସବିତା ପ୍ରାଣ ହରାଇଥିଲା । ଖବର ପାଇ ମୋଟଙ୍ଗା ଥାନା ସବଇନସ୍ପେକ୍ଟର ସବିତା ପାତ୍ର ଓ ହିନ୍ଦୋଳ ରୋଡ ଫାଣ୍ଡି ଅଧିକାରୀ ଅକ୍ଷୟ ଦାସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking