37.1 C
Bhubaneswar
Thursday, March 28, 2024
Homeଅପରାଧପୁଣି ଯୌତୁକ ପାଇଁ ବଧୂ ହତ୍ୟା....

ପୁଣି ଯୌତୁକ ପାଇଁ ବଧୂ ହତ୍ୟା….

ସୁବର୍ଣ୍ଣପୁର : ଦେଶରେ ନାରୀ ପ୍ରତି ନିର୍ଯ୍ୟାତନା ଦିନକୁ ଦିନ ଜଘନ୍ୟ ରୂପ ଧାରଣ କରୁଥିବା ବେଳେ ପୁଣି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ କୁକିଆ ଗାଁରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ଜଣକ ହେଲେ ପ୍ରିୟବ୍ରତୀ ମହାଳିକ ବୋଲି ଜଣା ପଡିଛି ।
ସୂଚନା ମୁତାବକ, ଆଜି ସକାଳେ ପାଇଖାନା ଭିତରୁ ପ୍ରିୟବ୍ରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୁଲିସ୍ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣା ପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହା ଯାଇଛି । ଅନ୍ୟପକ୍ଷରେ ପ୍ରିୟବ୍ରତୀଙ୍କ ବାପା ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୌତୁକ ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଉଲୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲା ଆଧାରରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking