37.1 C
Bhubaneswar
Saturday, April 20, 2024
Homeଅପରାଧପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା

ନୂଆପଡ଼ା: ନୂଆପଡ଼ା ଝାଲତୁସୁମ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କେବେ ପାରିବାରିକ କଳହକୁ ନେଇ ହତ୍ୟା ତ କେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ନୂଆପଡାରେ ଦେଖିବାକୁ ମିଳିଛି । କୌଣସି କାରଣରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜନୈକ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।
ସୂଚନା ଅନୁସାରେ, କୋମନା ବ୍ଲକ୍ ଝାଲତୁସୁମ ଗାଁର ତ୍ରିଲୋଚନ ମାଝି ଓ ଲଖିଧର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତ୍ରିଲୋଚନ ମାଝିଙ୍କ ଘର ପାଖକୁ ଯାଇଥିଲେ ଲଖିଧର ସାହୁ । ସେଠାରେ ତାଙ୍କ ଧର୍ମପତ୍ନୀଙ୍କୁ ଦେଖି କେହି କିଛି ବୁଝିବା ପୂର୍ବରୁ ଲଖିଧର ସାହୁ ଏକ ଟାଙ୍ଗିଆରେ ତାଙ୍କୁ ନିର୍ମମ ଭାବରେ ହାଣି ଥିଲେ । ଘଟଣାସ୍ଥଳରେ ହିଁ ତ୍ରିଲୋଚନ ମାଝି ପତ୍ନୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।
ଏହି ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ କୋମନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନ ମାଝି ପତ୍ନୀଙ୍କ ମୃତଦେହକୁ ଜବତ କରି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ଲଖିଧର ସାହୁଙ୍କୁ କୋମବାଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking