ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା

କନ୍ଧମାଳ : ଦେଶ ତଥା ରାଜ୍ୟରେ ଅପରାଧ କ୍ରମାଗତ ବୃଦ୍ଧି ପାଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ପାତ୍ରସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳିକରି ବିଭସ୍ଥ ଭାବେ ହତ୍ୟା କରା ଯାଇଛି । ମୃତ ସୂଚନା ଅଧିକାର କର୍ମୀ ତଥା ବାଟାଗୁଡାର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ବୋଲି ଜଣା ପଡିଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ପାତ୍ରସାହି ସ୍ଥିତ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇ ଯାଇଥିଲେ । ଅଭମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।