୨ଝିଅଙ୍କୁ ହତ୍ୟା କରିବା ପରେ ଏମିତି କଲେ ଦମ୍ପତି….

ନୋଏଡା:ଆଜି ସକାଳୁ ଗାଜିଆବାଦ ଅଞ୍ଚଳ ଇନ୍ଦିପୁରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାୟ ସମୟରେ ଦେଖିବାକୁ ମିଳୁଛି ପରିବାରର କଳହ ଯୋଗୁଁ ବଳି ପଡୁଛି ନିଷ୍ପାପ ଶିଶୁଙ୍କ ଜୀବନ । ତେବେ ଏଭଳି ହୃଦୟ ବିଦାରକ ଘଟଣା ଇନ୍ଦିପୁରମରେ ହୋଇଥିବାର ଦେଖିବାକୁ ମିଳିଛି । ୨ଝିଅଙ୍କୁ ହତ୍ୟା କରିବା ପରେ ୮ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି ।
ସୂଚନା ଅନୁସାରେ,କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହି କାରଣରୁ ୨ଝିଅ ଶୋଇଥିବା ବେଳେ ତାଙ୍କୁ ଜୀବନରୁ ମାରିଦେଇଥିଲେ । ଓ ପରେ ୮ ମହଲା କୋଠାରୁ ଉଭୟ ଡେଇଁ ଆତ୍ମହତ୍ୟା କରିଥିଲେ ।ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2019/12/02/rape-at-puri/